ନୂତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) ଆସିକାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଥିବା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଲିପିନା ଦାଶଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ବହୁ ଯୁବପିଢୀ ସୌଜନ୍ୟମୂଳକ ସାକ୍ଷତ କରି ଠାକୁରଙ୍କ ତୈଳଚିତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ଏନ୍ଏସିର କାଉନସିଲର ନିଗମାନନ୍ଦ ରାଉତ, ସମାଜସେବୀ ରବିନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ମହାରଣା, କାହ୍ନୁଚରଣ ଦଳେଇ, ମଧୁୁସୂଦନ ସ୍ୱାଇଁ, ଦେବାଶିଷ ପଣ୍ଡା, ସୁକାନ୍ତ ସାହୁ, କେ.ରବିନ୍ କୁମାର ପାତ୍ର, ପ୍ରଦୀପ କୁମାର ମୁନୀ, କେଶବ ଦାଶ, ସନ୍ତୋଷ ନାହାକ, ମନୋଜ ପ୍ରଧାନ, ଉଦିତ୍ ପାଢୀ, ଶଙ୍କର ନାହାକ, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣା, ପୂର୍ଣ୍ଣଚନ୍ଦ୍ର ଗୌଡ, ଆଶିଷ୍ କୁମାର ମିଶ୍ରଙ୍କ ସମେତ ବହୁ ସଚେତନ ନାଗରିକ, ଯୁବପିଢୀ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।