ମାଗଣା ଚକ୍ଷୁ ଚିକିତ୍ସା ଶିବିର
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ମା’ଫାଉଣ୍ଡେସନ, ମା’ଶାରଳା ସେବା ସଂଗଠନ ଓ ଯେ.ପି.ଏମ୍. ରୋଟାରୀ ଚକ୍ଷୁ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମା’ଫାଉଣ୍ଡେସନର ଅଧ୍ୟକ୍ଷ ଅମ୍ବିକା ଲେଙ୍କା ଏବଂ ମା’ଶାରଳା ସେବା ସଂଘର ଅଧ୍ୟକ୍ଷା ଗିତାଂଜଳି ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ ଡାକ୍ତର ଅଙ୍କିତା ରାଉତଙ୍କ ସହିତ ତାଙ୍କ ସହଯୋଗୀ ସୁପ୍ରିୟା ସାହୁ,ମନିଷା ଭୋଇ,ସରୋଜ ଦାସ ଯୋଗ ଦେଇଥିଲେ। ଏହି ଶିବିରରେ ଚକ୍ଷୁ ପରୀକ୍ଷା କରିବା ପାଇଁ ୭୦ଜଣ ବ୍ୟକ୍ତି ନାମ ପଂଜିକରଣ କରିଥିବା ବେଳେ ଏଥି ମଧ୍ୟରୁ ୬ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ରୋଟାରୀ କ୍ଲବ କଟକକୁ ପଠାଯାଇଥିବା ଜଣାଇଛି। ଶିବିର ସଂଯୋଜକ ବିବେକାନନ୍ଦ ଦଳାଇ ଶିବିରକୁ ପରିଚାଳନା କରୁଥିବା ବେଳେ ମା’ଶାରଳା ସେବା ସଂଘର ସଂପାଦକ ସୁଜିତ ମହାନ୍ତି, ସମାଜସେବୀ ଅଭିମନ୍ୟୁ ସାହୁ, ସୋସିଆଲ ମିସନ ୱାଲର୍ଡର ନିର୍ଦ୍ଦେଶକ ସର୍ବେଶ୍ୱର ମହାରଣା ପ୍ରମୁଖ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ।