ପ୍ରାକ୍ତନ ପ୍ରିନ୍ସପାଲ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ସମ୍ବର୍ଦ୍ଧିତ

ବୁଗୁଡା (ଅନୀଲ କୁମାର ମହାରଣା) : ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ସମ୍ଭବ ସାହିତ୍ୟ ପରିବାର ଓ ବିଘ୍ନରାଜ ଚାରିଟେବଲ ଟ୍ରଷ୍ଟ ର ତୃତୀୟ ବାର୍ଷିକ ମହୋତ୍ସବ ଅବସରରେ ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତୃତୀୟ ବାର୍ଷିକ ମହୋତ୍ସବର ପ୍ରଥମ ଅଧିବେଶନରେ ସମ୍ଭବ ର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଙ୍କ ସହ ସମ୍ବବର ପ୍ରତିଷ୍ଠାତା ଓ ସମ୍ପାଦକ ଡକ୍ଟର ରୋଜାଲିନ ସେନାପତିଙ୍କ ଦ୍ଵାରା ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ସମ୍ବର୍ଦ୍ଧିତ ହୋଇଥିଲେ। ପ୍ରଥମ ଅଧିବେଶନ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଦ୍ୱିତୀୟ ଅଧିବେଶନକୁ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ମୁଖ୍ୟବକ୍ତା ଭାବେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ