ୱାକଫ ସୁଧାର ଜନ ଜାଗରଣ ବୁଝାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ୱାକଫ ବିଲ୍‌ ସଂଶୋଧନ ଦ୍ବାରା ୱାକଫ ବୋର୍ଡରେ ସ୍ବଚ୍ଛତା ରହିବା ସହିତ ମୁସଲିମ ସଂପ୍ରଦାୟର ମହିଳା ଏବଂ ଝିଅମାନଙ୍କୁ ସ୍ବାବଲମ୍ବୀ ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ରେ ଅନୁଷ୍ଠିତ ୱାକଫ ସଂଶୋଧନ ବିଲ୍‌ ଉପରେ ହୋଇଥିବା ଜନ ଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲା ପକ୍ଷରୁ ସ୍ଥାନୀୟ ଅଡିଟୋରିୟମରେ  ଏହି ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ନାଏକ, ବିଧାୟକ ଡାକ୍ତର ଫକୀର ନାଏକ, ଜିଲା ବିଜେପି ସଭାପତି ଶୁକଦେବ ମହାନ୍ତ, ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ଜିଲା ବିଜେପି ସମ୍ପାଦକ ନୀଳମଣୀ ମହାନ୍ତ, ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଜଲାଲଉଦ୍ଦିନ ଆକବର(ଲିଲିଆ), ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲା ସଭାପତି ମହତାବ ଆଲାମ, କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ବିଜେପି ସରକାରଙ୍କ ସ୍ଳୋଗାନ ହେଉଛି ସବକା ସାଥ, ସବକା ବିକାଶ। ହିନ୍ଦୁ ହୁଅନ୍ତୁ କି ମୁସଲମାନ ସମସ୍ତଙ୍କୁ ନେଇ ସରକାର ଚାଲୁଛି। କାହାକୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉ ନାହିଁ। ସୁଭଦ୍ରା ଯୋଜନା ହେଉ କି ଧାନର ଇନ୍‌ପୁଟ ହେଉ, ସବୁଥିରେ ସମସ୍ତଙ୍କୁ ସାମିଲ କରାଯାଉଛି ଏବଂ ସମସ୍ତଙ୍କୁ ସରକାରଙ୍କ ସୁଫଳ ମିଳୁଛି। ବିଜେପିକୁ ନେଇ ସବୁବେଳେ ସାଂପ୍ରଦାୟିକ ଦଳ କହି ଆରୋପ କରାଯାଉଛି। ମାତ୍ର ଏହା ମିଥ୍ୟା। କେନ୍ଦୁଝର ଜିଲା ଯୋଡା, ବଡ଼ବିଲ , କେନ୍ଦୁଝର ଭଳି ସହରରେ ହନୁମାନ ଜୟନ୍ତୀ ଭଳି କାର୍ଯ୍ୟକ୍ରମରେ ବିଶୃଙ୍ଖଳା ହୋଇନାହିଁ। ବରଂ ମୁସିଲିମ ସଂପ୍ରଦାୟର ଭାଇମାନେ ଏଥିରେ ସହଯୋଗ କରିଛନ୍ତି।ୱାକଫବୋର୍ଡ ବାବଦରେ ସେ କହିଥିଲେ, ଏହି ବିଲରେ ସଂଶୋଧନ କରାଯାଇଛି। ଏହା ଅଧିକ କିଭଳି ସ୍ବଚ୍ଛ ଏବଂ ଫଳପ୍ରସୂ ହେବ, ତାହା କରାଯାଇଛି। ତୁର୍କୀ ଭଳି ଦେଶରେ ୱାକଫ ବୋର୍ଡର ବିଲ ସଂଶୋଧନ କରାଯାଇ ସେଠାରେ ଭୂମୀହୀନ ଅଛନ୍ତି ବା ଯେଉଁମାନଙ୍କ ଜମିକୁ ଅନ୍ୟ ଦ୍ବାରା ଜବର ଦଖଲ କରାଯାଇଛି , ତାହାକୁ ୱାକଫ ବୋର୍ଡ ସହଯୋଗ କରିବାକୁ ନିଶ୍ଚିତ କରାଯାଇଛି। କୋଟଲା ଫିରୋଜ ଶାହା ଷ୍ଟାଡିୟମ ଭିତରେ ଥିବା ମସଜିଦ୍‌କୁ ୱାକଫ ବୋର୍ଡ ନିଜର ଦାବି କରୁଛି। ଏଭଳି ଅନେକ ମସଜିଦ୍‌ ଭଳି କେରଳର ଏକାଧିକ ଖ୍ରୀଷ୍ଟିୟାନ ସଂପତ୍ତିକୁ ୱାକଫ ବୋର୍ଡ ମଧ୍ୟ ନିଜର ବୋଲି ଦାବି କରିଛି। ଯାହାକି ଅଗ୍ରହଣୀୟ। ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲାର ସାନ୍ତାଳୀ ମାନଙ୍କ ଏକ ପୂଜାସ୍ଥଳୀକୁ ୱାକଫ ବୋର୍ଡ ନିଜର ବୋଲି ଦାବି କରୁଛି। ଏହା କେମିତି ସମ୍ଭବ। ତେଣୁ ଏସବୁ ର ଆଇନଗତ ସମାଧାନ ପାଇଁ ଏହି ବିଲ୍‌ ସଂଶୋଧନ କରାଯାଇଛି ଏବଂ ଏହାଦ୍ବାରା ଖାଲି ଅନ୍ୟ ସଂପ୍ରଦାୟ ନୁହେଁ, ବରଂ ଗରିବ ମୁସଲମାନମାନେ ସମସ୍ୟାରେ ପଡୁଥିଲେ। ଯାହାର ସମାଧାନର ବାଟ ଫିଟିଛି।ସେ କହିଥିଲେ, ମୋଗଲ ସାମ୍ରାଜ୍ୟ ଠୁ ୨୦୧୩ ମସିହା ପର୍ଯ୍ୟନ୍ତ ୱାକଫ ବୋର୍ଡ ପାଖରେ ୧୮ ଲକ୍ଷ ୪୩୦ ହଜାର ଏକର  ଜମି ଥିଲା। ମାତ୍ର ୨୦୧୩ରୁ ୨୦୨୫ ମସିହା ମଧ୍ୟରେ ୨୦ଲକ୍ଷ ୯୨ ହଜାର ଏକର ୱାକଫ ବୋର୍ଡ ସହିତ ଯୋଡି ହୋଇଗଲା। ଖାଲି ଏହା ଦ୍ବାରା ହିନ୍ଦୁ ମାନେ କ୍ଷତିଗ୍ରସ୍ତ ହେଲେ, ତାହା ନୁହେଁ, ବରଂ ମୁସଲମାନମରାନେ ମଧ୍ୟ ଅସାମନତାର ଶିକାର ହେଉଥିଲେ ବୋଲି ସେ କହିଥିଲେ। ସେ କହିଥିଲେ, ୨୦୧୩ ମସିହା ମଧ୍ୟରେ ଏହତି ୱାକଫ ବୋର୍ଡର କେସ୍‌ ସଂଖ୍ୟା ୧୦୩୮୧ଟି ଥିବା ବେଳେ ୨୦୧୩ ମସିହାରୁ ଏଯାଏ ମୋଟ କେସ୍‌ ସଂଖ୍ୟା ୨୧୬୧୮ଟି କେସ୍‌ ହୋଇଛି। ଏମିତିକି ଇତିମଧ୍ୟରେ ମୋଟ ୫୭୯୩ଟି ସରକାରୀ ସଂପତ୍ତି ଏବେ ୱାକଫ ବୋର୍ଡର ବୋଲି ୱାକଫ  ବୋର୍ଡ ଦାବି କରୁଛି। ତେଣୁ ଏବେ ଏହି ବିଲ ସଂଶୋଧନ ହେବା ଦ୍ବାରା ଆଗାମୀ ଦିନରେ ସମସ୍ତେ ଉପକୃତ ହେବେ ଏବଂ ବିଶେଷ କରି ଆଇନରେ ସମାନତା ଆସିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।କାର୍ଯ୍ୟକ୍ରମ ଶେଷରେ ଜିଲା ଉପସଭାପତି ଅଗନୁ ମହାନ୍ତ ସମବେତ ସମସ୍ତ ଅତିଥି ଏବଂ ବୁଦ୍ଧିଜୀବୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ