ଚାକରୀରୁ ବହିଷ୍କାର ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ କର୍ମକର୍ତ୍ତା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଟାଟା ଷ୍ଟିଲ ଦ୍ୱାରା ପରିଚାଳିତ ଆସ୍ପାୟାର ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ କିଛି କର୍ମକର୍ତ୍ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛନ୍ତି । ଚାକିରୀରୁ ନିଲମ୍ବିତ ହୋଇଥିବା ୯ ଜଣ ହେଲେ ରାଜଶ୍ରୀ ସାହୁ, ଉମାରାଣୀ ମହାନ୍ତ, ସୁଜାତା କାର୍ଜି,ଲଲିତା ମହାନ୍ତ,ଉଷାରାଣୀ ନାୟକ,ବିଷ୍ଣୁପ୍ରିୟା ବାରିକ,ମହେଶ୍ୱର ମୁଣ୍ଡା,କାଦମ୍ବିନୀ ମହାନ୍ତ,ଦେବଦୁ୍ୟତି ସାହୁ । ଆସ୍ପାୟାର ସଂସ୍ଥାର ପାଟଣା ବ୍ଲକ ସଂଯୋଜକ ଶିଶିର କୁମାର ଦାସ ବ୍ୟକ୍ତିଗତ କାରଣ ପାଇଁ ସେମାନଙ୍କ କାର୍ଯ୍ୟକୁ ଅଣଦେଖା କରି ଗାଳିଗୁଲଜ କରନ୍ତି ଓ ମାନସିକ ଚାପ ଦେଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କର ମତାମତକୁ ହେୟ ଜ୍ଞାନ କରିବା ସହ ମିଥ୍ୟା ଆରୋପ କରନ୍ତି । ସେମାନଙ୍କୁ ଅନ୍ୟ କର୍ମକର୍ତ୍ତାଙ୍କ ସମ୍ମୁଖରେ ଅପମାନିତ କରନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗତ କିଛି ମାସର ସେମାନଙ୍କ କାମ କାର୍ଯ୍ୟର ଫଟୋକୁ ଉପରସ୍ଥ ଅଧିକାରୀମାନଙ୍କୁ ପଠାନ୍ତି ନାହିଁ ଏବଂ ସେମାନେ ଠିକ୍ ଭାବରେ କାମ କରୁନଥିବା ଦର୍ଶାଇ ଉପରସ୍ଥ ଅଧିକାରୀମାନଙ୍କୁ ଭୂଲ ସୂଚନା ଦେଇ ଚାକିରୀରୁ ବହିଷ୍କାର କରିବା ପାଇଁ ସୁପାରିଶ କରିଥିବା କହିଛନ୍ତି । ଏପ୍ରିଲ ୨୦୨୫ ଠାରୁ ଆସ୍ପାୟାର ସହିତ ସେମାନଙ୍କର ଚୁକ୍ତିପତ୍ର ନବୀକରଣ ହେବ ନାହିଁ ବ୍ଳକ ସଂଯୋଜକ ଶିଶିର କୁମାର ଦାସ ସେମାନଙ୍କୁ ସୂଚନା ଦେଇଥିବା କହିଛନ୍ତି । ଏ ନେଇ କାରଣ ପଚାରିବାରୁ ବ୍ୟସ୍ତତା ଥିବା ଦର୍ଶାଇ ଫୋନ କାଟି ଦେଉଥିବାରୁ ସେମାନେ ମାନସିକ ଚାପରେ ରହୁଥିବା କହିଛନ୍ତି । ଏ ନେଇ ଅପ୍ରିଲ ୧ ତାରିଖରେ କିଛି କମୁ୍ୟନିଟି ସଦସ୍ୟଙ୍କ ଉପସ୍ଥିତିରେ ଆସ୍ପାୟାର ସଂସ୍ଥାର ପାଟଣା ସ୍ଥିତ ବ୍ଲକ ଅଫିସ ସେମାନେ ଯାଇ ବ୍ଲକ ସଂଯୋଜକ ଶିଶିର କୁମାର ଦାସ,ବ୍ଲକ ଲିଡିଂ ଶିକ୍ଷା ସଂଯୋଜକ କବିନ୍ଦ୍ର ଦେହୁରୀ,ଆଇସିଡିଏସ୍ କୋର୍ଡିନେଟର ରାଜକୁମାର ପଲେଇ ଏବଂ ଏମ୍ଆଇଏସ୍ କୋର୍ଡିନେଟର ମମତା ଦେହୁରୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ଆଲୋଚନା କରି କାରଣ ପଚାରିଥିଲେ । ତେବେ ସେମାନଙ୍କ ଠାରୁ କୌଣସି ଉତ୍ତର ନ ମିଳିବାରୁ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ