ଦୁର୍ଘଟଣା ପ୍ରବଣ ପାଲଟିଛି ସ୍ପଞ୍ଜ ଛକ, ହମ୍ପସ ନିର୍ମାଣ ଦାବି

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲା ଜୀବନରେଖା କୁହାଯାଉଥିବା ୨୦ବନମ୍ବର ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନରେ ଏବେ ରାସ୍ତା ଅବସ୍ଥା ମରଣଯନ୍ତା ପାଲଟିଛି।ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି।ଯୋଡା-ବଡବିଲ ସିଧା ଖଣିକ୍ଷେତ୍ରକୁ ଟନ୍ ଟନ୍ ବିଶିଷ୍ଠ ଭାରୀଯାନ ଗୁଡିକ ଯାତାୟତ କରିବା ଯୋଗୁଁ ସ୍ଥାନେ ସ୍ଥାନେ ରାସ୍ତାରେ ଖାଲ ଖମାସୃଷ୍ଟି ହୋଇଛି ତ କେଉଁଠି ଦବି ଯାଇଛି।ଏନେଇ ବାଇକ୍,କ‍ାର୍ ଧରି ଲୋକେ ଯାତାୟତ କଲାବେଳେ ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପ‍ାଇଁ ଚିନ୍ତାଗ୍ରସ୍ତରେ ରହୁଛନ୍ତି।ଘରୁ ଗୋଡ କାଢି ନିଜର ଗନ୍ତବ୍ୟ ସ୍ତଳକୁ ଗଲାବେଳେ ସୁରକ୍ଷିତ ମଣୁନାହାନ୍ତି।ସଦର ବ୍ଲକ ଅନ୍ତର୍ଗତ ସରାସକୋଲା ସ୍ପଞ୍ଜଛକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି।ବହୁଥର ଦୁର୍ଘଟଣାରେ ରାଜପଥ ମୁଣ୍ତ ନେଇଛି।ଏଠାରେ ହମ୍ପସ ନିର୍ମାଣ କରାଯାଇ ନଥିବାରୁ ଦୈନିକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଏହାଛଡା ବସନ୍ତପୁର-କାଳିମାଟି,କେନ୍ଦୁଝର-ଯୋଡା-ବଡବିଲ ଅଞ୍ଚଳର ଖଣିକୁ ଶହଶହ ଭାରୀଯାନ ଗୁଡିକ ଦିବାରାତ୍ର ଯାତାୟତ କରୁଛନ୍ତି।ତେବେ ରାସ୍ତାରେ ହମ୍ପସ ନିର୍ମାଣ ହୋଇ ନଥିବାରୁ ଗାଡି ଗୁଡିକ ନିୟନ୍ତ୍ରଣରେ ରହୁ ନଥିବା ଜଣାପଡିଛି।ଫଳରେ ସବୁବେଳେ ଦୁର୍ଘଟଣା ଘଟୁଛି।ସ୍ଥାନୀୟ ଲୋକେ ଝୁମ୍ପୁରା ବଜାର ଓ ପଳାସପଙ୍ଗା ଅଞ୍ଚଳକୁ ଗଲାବେଳେ ଟ୍ରାଫିକ୍ ସମସ୍ୟା ଏହି ସ୍ଥାନରେ ଲାଗି ରହୁଛି।ବହୁ ସମୟଧରି ଛକରେ ଲୋକେ ଅଟକି ରହୁଛନ୍ତି।ସ୍ପଞ୍ଜ ଛକ ଜନଜୀବନ ପ୍ରତି ଚିନ୍ତା ବଢାଇଛି।ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ