ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ହାଟଡିହି (ବିକାଶ ବିଶ୍ବାଳ): ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ପକ୍ଷରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଅଣା ଛକରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପହଲଗାମରେ ଆତଙ୍କୀ ଆକ୍ରମଣ ପରେ , ସିନ୍ଦୂର ନାମରେ ପାକିସ୍ତାନ ଉପରେ ହମଲା କରିଥିଲା ଭାରତ। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ସେନାର ମନୋବଳକୁ ଦୃଢ କରିବା ପାଇଁ ଏହି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି ।  ଏହି ଉପଲକ୍ଷେ ରମ୍ପାସ, ହାଟଡିହି, ଶାଳଣିଆଁ ଆଦି ଜୋନରୂ ବାଇକ ଶୋଭାଯାତ୍ରାରେ ହଜାର ହଜାର ଲୋକ ଆସି ଅଣା ଛକରେ ଏକତ୍ରିତ ହୋଇଥିଲେ। ଅଣା ଛକ ଠାରୁ  ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭାରତୀୟ ସେନା ଜିନ୍ଦାବାଦ, ପାକିସ୍ତାନ ମୂର୍ଦ୍ଦାବାଦ, ଆତଙ୍କବାଦ ଚଳିବ ନାହିଁ ଆଦି ଧ୍ଵନି ଦେଇ ଛେନାପଦି ଛକ ପର୍ଯ୍ୟନ୍ତ ଯାଇଥିଲେ। ଏଥିରେ ଆଲୋକ ସେଠୀ,  ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, ସୁଶାନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ, ନିକୁଞ୍ଜ ଓଝା, ନିତ୍ୟାନନ୍ଦ ପହି, ଯୋଗେନ୍ଦ୍ର ବେହେରା, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ତୃପ୍ତୀମୟୀ ଜେନା, ମିନତୀ ମହାପାତ୍ର, ଦିପ୍ତିମୟୀ ଖୁଣ୍ଟିଆ, ପ୍ରସାନ୍ତ ମହାପାତ୍ର, ଅଶୋକ ଜେନା, ଭୀମସେନ ପେରେଇଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ