ପ୍ରଜାପିତା ବ୍ରହ୍ମା କୁମାରୀ ଗ୍ରୀଷ୍ମ ପ୍ରଶିକ୍ଷଣ ନୟୀଉମଙ୍ଗ ଉଦଯାପିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ପୁରୁଣା ସହର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ସୁଖଶାନ୍ତି ସରୋବର ପରିସରରେ ତିନିଦିନ ଧରି ଚାଲିଥିବା ଗ୍ରୀଷ୍ମ ଅବକାଶ ପ୍ରଶିକ୍ଷଣ ଶିବିର ନୟୀଉମଙ୍ଗ ଉଦଯାପିତ  ହୋଇ ଯାଇଛି । କେନ୍ଦୁଝର କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଜାପାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦୁଝର ଦୁର୍ନୀତି ନିବାରଣ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପୂଜାରୀ ଶିଶୁଙ୍କୁ ସୂର୍ଯ୍ୟ,ଚନ୍ଦ୍ର, ତାରା, ଋତୁ, ପକ୍ଷୀ ମାନଙ୍କ ଠାରୁ ସମାୟାନୁବର୍ତ୍ତିତାର ଜ୍ଞାନ ଶିଖିବା ସହିତ ଅଦର୍ଶବାନ ଓ ନୀତିବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଜୟନ୍ତୀ ପିଲବକୁ ଶିବିରରେ ଶିଖିଥିବା ଆଧ୍ୟାତ୍ମିକ ଚେତନା ଓ ବିଭିନ୍ନ ଶିକ୍ଷାକୁ ଜୀବନରେ ପ୍ରତିଫଳନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିପ୍ଳବ କେଶରୀ ସାମନ୍ତରାୟ ପିଲାଙ୍କୁ ଜୀବନରେ ବାପା ମାଆଙ୍କ ପାଖରୁ ଶିଖିଥିବା ପ୍ରତ୍ୟେକ ଜ୍ଞାନକୁ ଭୁଲି ନଯିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଜୀବନ ସାରା ବାପା ମାଆଙ୍କ ପାଖରେ ରହି ସେମାନଙ୍କ ଆଦର୍ଶକୁ ପାଥେୟ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ବିକେ କୁଳମଣି ଭାଇ ସଞ୍ଚାଳନ କରିଥିବାବେଳେ ଚମ୍ପୁଆ କେନ୍ଦ୍ର ସଞ୍ଚାଳିକା ବିକେ ସୌଦାମିନୀ ରାଜଯୋଗ ଓ ଆଧ୍ୟାତ୍ମିକ  ଜ୍ଞାନ ପ୍ରଦାନ କରିଥିଲେ। କୌତୁକିଆ ଖେଳ, ଚିତ୍ରାଙ୍କନ, ହସ୍ତକଳା, ଆଧ୍ୟାତ୍ମିକ ଚିନ୍ତନ, ସଙ୍ଗୀତ, ନୃତ୍ୟ ଶିକ୍ଷାର ତିନିଦିନ ଧରି ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୦୦ ଜଣ ପିଲା ଯୋଗଦେଇ ପ୍ରଶିକ୍ଷଣ ଲାଭ କରିଥିଲେ।  ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୭୩ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା କେନ୍ଦୁଝର ସରସ୍ୱତୀ ଶିଶୁମନ୍ଦିରର ସୁଚିସ୍ମିତା ମହାନ୍ତ, ଓ ଚମ୍ପୁଆ ସରସ୍ବତୀ ଶିଶୁମନ୍ଦିରର ସମୀକ୍ଷା ମହାନ୍ତି ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ବିକେ ପ୍ରତିଭା, ନରଣପୁର କେନ୍ଦ୍ର ସଞ୍ଚାଳିକା ବିକେ ମିନତୀ, ବିକେ ଗାୟତ୍ରୀ,ବିକେ ପିଙ୍କି, ବିକେ ବିନତା, ବିକେ କୁର୍ତ୍ତିବାସ, ବିକେ ଲୋକନାଥ, ବିକେ ଅକ୍ଷୟ, ବିକେ ସତ୍ୟ, ବିକେ ଝରିଲାଲ, ବିକେ ଜଗବନ୍ଧୁ, ବିକେ ଘନଶ୍ୟାମ, ବିକେ ପୀତବାସ, ବିକେ ସୁମନ୍ତ, ବିକେ ଅନୁପ, ବିକେ ଟୁନି ପ୍ରମୁଖ ଉପଡିଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ