ଭିତିପ୍ରସ୍ତର ସ୍ଥାପନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ନାଉଗାଁ (ଓ୍ବାଇଏନଏସ): ନାଉଗାଁ ବ୍ଳକ ରୋହିଆ ପଂଚାୟତର ଅରଖକୁଦ ଗ୍ରାମରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣର ଭିତିପ୍ରସ୍ତର ସ୍ଥାପନ କରାଯିବା ପାଇଁ ବିଭାଗ ପକ୍ଷରୁ ଜୁନ୍ ୮ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଫଳକ ସ୍ଥାପନ ପାଇଁ ନିର୍ମାଣ ହୋଇଥିବା ଫଳକ ସ୍ତମ୍ଭକୁ କେହି ଦୁର୍ବୃତ ଭାଙ୍ଗି ଦେଇଥିବା ଦେଖାଯାଇଛି। ହେଲେ ଏହା ଉପରେ ବିଭାଗ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାଯାଇଛି। ସୂଚନା ଅନୁସାରେ ଅରଖକୁଦ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣର ଭିତିପ୍ରସ୍ତର କରାଯିବା ପାଇଁ ଜୁନ୍ ୮ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏହି ଫଳକର ଭିତିପ୍ରସ୍ତର ସ୍ଥାପନ କରିବା ପାଇଁ ବିଧାୟକ ଅମରେନ୍ଦ୍ର ଦାସଙ୍କ ନାମ ରହିଛି। ହେଲେ ଫଳକର ଶୁଭ ଭିତିପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପୂର୍ବରୁ କେହି ଦୁର୍ବୃତ ନିର୍ମାଣ ହୋଇଥିବା ଫଳକ ସ୍ତମ୍ଭକୁ ଭାଙ୍ଗି ଦେଇଛନ୍ତି। ଫଳକ ସ୍ତମ୍ଭ ଭଙ୍ଗା ସଂର୍ପକରେ ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରୁ କିଏ ଭାଙ୍ଗିଛନ୍ତି ଆମେ ଦେଖିନାହୁଁ, ରବିବାର ଦିନ ଫଳକ ସ୍ତମ୍ଭରେ ଫଳକ ଲଗାଯାଇ ଭିତିପ୍ରସ୍ତର ସ୍ଥାପନ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ