ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଦୁଇ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାନ
କଲ୍ୟାଣସିଂହପୁର(ଏଙ୍କଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ମୃତ୍ୟୁ ପରିବାରଙ୍କୁ ବୀମା ରାଶି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାପରିଚାଳକ ବିଶ୍ୱରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଉପସ୍ଥିତି ରହିଥିଲେ। ସଂମ୍ମାନୀୟ ଅତିଥି ଭାବେ ବ୍ୟାଙ୍କ କ୍ଷେତ୍ର ପରିଚାଳକ ପ୍ରିୟ ରଞ୍ଜନ ପାଣିଗ୍ରାହୀ, କେସିୟର ବ୍ରଜ ବିହାରୀ ଚିନ୍ନାରା, ସଞ୍ଜୟ କୁମାର ଆଚାର୍ଯ୍ୟ ମଞ୍ଚାସିନ ରହିଥିଲେ। ରେ ସିଙ୍ଗାରି ପଞ୍ଚୟତ ପ୍ରଧାନୀପଡା ଗାଁ ର ମୃତ୍ୟୁ ହରିଶ୍ଚନ୍ଦ୍ର ନାୟକ ଙ୍କ ଭାଇ କମଳ ଲୋଚନ ନାୟକ ଙ୍କୁ ବ୍ୟାଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଧାନ କରାଯାଇଛି। ମୃତ୍ୟୁହରିଶ୍ଚନ୍ଦ୍ରନାୟକ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବାର୍ଷିକ ୪୩୬ ଟଙ୍କା ଜମା କରି ଆସିଥିଲେ। ତାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଭାଇ କମଳ ଲୋଚନ ନାୟକଙ୍କୁ ଦୁଇ ଲକ୍ଷ ଟଙ୍କା ଚେକ ବୀମା ରାଶି ପ୍ରଦାନ କରାଯାଇଛି।ଏବଂ ଏହା ସହିତ ଶିକରପାଇ ପଞ୍ଚାୟତର ସାଜା ଗ୍ରାମର ମୃତ୍ୟୁ ମିଣିଆକା ଯୋଗେଶ ଙ୍କ ସ୍ତ୍ରୀ ମିଣିଆକା ଜୟନ୍ତୀ ଙ୍କୁ ମଧ୍ୟ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ସେ ମଧ୍ୟ ୪୩୬ ଟଙ୍କା ବୀମା ରାଶି ବାନ୍ଧି ଆସୁଥିବାରୁ ତାଙ୍କ ର ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ସ୍ତ୍ରୀ ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବର୍ଷକୁ ମାତ୍ର ୨୦ ଟଙ୍କା, ଦୁର୍ଘଟଣା ଜନିତମୃତ୍ୟୁ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟାତି ବୀମା ଯୋଜନାରେ ବର୍ଷକୁ ୪୩୬ ଯେକୌଣସି ପ୍ରକାର ମୃତ୍ୟୁ ହେଲେ ବୀମା ରାଶି ପାଇବେ ଶାଖା ପରିଚାଳକ ଶ୍ରୀ ବିଶ୍ୱରଞ୍ଜନ ଉପସ୍ଥିତ ରହିଥିବା ଗ୍ରାହକ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏଥିରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।