ସାମାଜିକ ସୁରକ୍ଷା ଯୋଜନାରେ ଯୋଡ଼ିହେଲେ ୨୪ ନୂତନ ହିତାଧିକାରୀ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସମାଜର ଅସହାୟ ଓ ଯୋଗ୍ୟ ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସହାୟତାର ଆଶା ସଞ୍ଚାର କରିବା ଲକ୍ଷ୍ୟରେ କୋଟପାଡ଼ଠାରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଓ କୋଟପାଡ଼ ବିଧାୟକ ଶ୍ରୀ ରୂପୁ ଭତ୍ରା ଯୋଗଦେଇ ୨୪ ଜଣ ନବନିର୍ବାଚିତ ନୁହେଁ, ବରଂ ନୂତନ ଭତ୍ତା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ କୋଟପାଡ଼ ବିଡିଓ ସନ୍ଧ୍ୟା ସମରଥ, ବ୍ଲକ୍ ଉପାଧ୍ୟକ୍ଷ ତପନ କୁମାର ପାଣିଗ୍ରାହୀ, ବିନାୟକ ଆଚାର୍ଯ୍ୟ ଙ୍କ ସହ ବ୍ଲକ୍‌ର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ