ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ମହମବତୀ ଯାତ୍ରା

ବେତନଟୀ (ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ସଂଗଠନ ତରଫରୁ ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହୀଦମାନଙ୍କ ନିମନ୍ତେ ଏକ ମହମବତୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବେତନଟୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନରଞ୍ଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ ସହଯୋଗ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହିତ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ସଭାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କଳ୍ପଳତା ବେହେରା, କର୍ମଚାରୀ ଦିଲୀପ କୁମାର ସାହୁ,  କଲେଜ ଛାତ୍ର କମଳ ଲୋଚନ ହେମ୍ବ୍ରମ, ହ୍ରୀତିକ କୁମାର ଦାସ, ଓମ ପ୍ରକାଶ, ବିକାଶ, ସଞ୍ଜୟ, ନବୀନ, ନଳିନୀଙ୍କ ସମେତ ସମସ୍ତେ ସଭାର ଆୟୋଜନ ନିମନ୍ତେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ