ଗାଡି ଯାଂଚ କଡାକଡି: ୨ ଲକ୍ଷ ୧୫ ହଜାର ଜରିମାନା ଆଦାୟ
ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁରରେ ସହରରେ ବେଆଇନ ଭାବେ ଗାଡି ଚଲାଇବା ଦୃର୍ଘଟଣା ଘଟିଥାଏ । ବିଶେଷକରି ଦୃତ ଗତିରେ ଗାଡି ଚଳାଇବା ଦ୍ୱାରା ଦୃର୍ଘଟଣା ହୋଇଥାଏ । ଏନେଇ ଆଜି ଗଞ୍ଜାମ ପରିବହନ ବିଭାଗ ଓ ଛତ୍ରପୁର ପୁଲିସ ପକ୍ଷରୁ ମିଳିତ ଭାବେ ଛତ୍ରପୁର ସହରରେ ବିଭିନ୍ନ ସ୍ଥାନରେ ଗାଡି ଯାଂଚ କଡାକଡି କରାଯାଇଥିଲା । ଏହି ଗାଡି ଯାଂଚ ବେଳେ ୨୦ ଜଣ ଧରାପଡିଥିଲେ । ସେଥିରୁ ଦୁଇ ଜଣ ନାବାଳକ ଗାଡି ଚଲାଉଥିବା ବେଲେ ଧରାପଡିଥିଲେ । ଗାଡି ସିଟ ବ୍ୟାଲେଟ ନପିନ୍ଧି ୨ଜଣ, ମାଲବୁହା ଗାଡିରେ ଲୋକନେବା ବେଳେ ୨ଜଣ, ବିନା ହେଲିମେଟ ଗାଡି ଚଳାଇବା ବେଳେ ୧୦ ଜଣ ଓ ଅନ୍ୟାନ୍ୟ ୪ଜଣ ଧରାପଡିଥିବା ଏମଭିଆଇ ଇ.ରବିନ୍ଦ୍ର ନାଥ ଜେନା ସୂଚନା ଦେଇଛନ୍ତି । ଏମାନଙ୍କୁ ୨ ଲକ୍ଷ୧୫ ହଜାର ଟଙ୍କା ଜୋରିମନା ପକାଯାଇଛି । ବିଶେଷକରି ଦୁଇ ନାବଳକ ସେମାନଙ୍କ ଗାଡିକୁ ୨୫ ହଜାର ଲେଖାଏଁ ଜୋରିମନା ପକାଯିବା ସହ ଚାଲାଣ କଟାଯାଇଛି । ଆଗାମି ଦିନରେ ମଧ୍ୟ ଏହି ଗାଡି ଯାଂଚ ଜାରି ରହିବ ବୋଲି କୁହାଯାଇଛି । ସୂଚନା ଥାଉକି ଛତ୍ରପୁର ସହରରେ ଏବେ ରୋଡ ରୋମିଓ ମାନେ ଅତ୍ୟାଧିକ ବେଗରେ ଗାଡି ଚଲାଉଥିବା ବେଳେ ଦୃର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଛୋଟ ଛୋଟ ପିଲାମାନେ ଗାଡି ଚଲାଇବା , ମଦ୍ୟପାନ କରି ଗାଡି ଚଲାଇବା ଦ୍ୱାରା ସଡକ ଦୃର୍ଘଟଣା ବୃଦ୍ଧି ହେଉଛି । ଏହି ଅମାନିଆ ମାନକୁ ସାବଡ କରିବା ପାଇଁ ଗାଡି ଯାଂଚକୁ ଏବେ କଡାକଡି କରାଯାଉଛି ।