ବରିଷ୍ଠ ନାଗରିକ ସୁରକ୍ଷା ସଚେତନତା
ହାଟଡିହି (ବିକାଶ ବିଶ୍ବାଳ): ଆନନ୍ଦପୁର ତାଲୁକ୍ ଆଇନ ସହାୟତା ସମିତି ତରଫରୁ ବିଷ୍ଣୁପ୍ରିୟା ବାଳାଶ୍ରମ ରେ ବରିଷ୍ଠ ନାଗରିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ୍ ଆଇନ ସହାୟତା ସମିତି ଅଧ୍ୟକ୍ଷ ତଥା ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ଦେବଦତ୍ତ ଦାଶ୍ ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ବରିଷ୍ଠ ଦେଓ୍ବାନୀ ଅଦାଲତର ବିଚାରପତି ଗୌରବ ପୁରୋହିତ, ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧି ଦାଶ, ସ୍ବତନ୍ତ୍ର ସରକାରୀ ଅଧିବକ୍ତା ବାଇଧର ସେଠୀ ପ୍ରମୁଖ ଯୋଗଦେଇ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଆଇନଗତ ସାହାଯ୍ୟ ସହଯୋଗ ଓ ସରକାରୀ ବ୍ୟବସ୍ଥା, ବରିଷ୍ଠ ନାଗରିକଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଆଇନଜୀବୀ ଭାଗୀରଥି ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଇନଜୀବୀ ରବିନ୍ଦ୍ର କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ତାଲୁକ୍ ଆଇନସେବା କର୍ମଚାରୀ ଦେବାଶୀଷ ବେହେରା ଓ ବୃଦ୍ଧାଶ୍ରମ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।