ଉପମୁଖ୍ୟ ମନ୍ତ୍ରୀଙ୍କୁ ଫଟୋ ଚିତ୍ର ଦେଲେ ନମିତା
ଭଦ୍ରକ,(ଚାନ୍ଦିନୀ ମହାନ୍ତି) : ଫଟୋ ଚିତ୍ରଶିଳ୍ପୀ ନମିତା ବେହେରା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଫଟୋ ଚିତ୍ର ପ୍ରଦାନ କରିଛନ୍ତି । ମଙ୍ଗଳବାର ଭଦ୍ରକ ଗ୍ରସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀଙ୍କୁ ଫଟୋ ଚିତ୍ର ପ୍ରଦାନ କରିବା ସହ ତାଙ୍କୁ ସରକାରୀ ନିଯୁକ୍ତିରେ ସହଯୋଗ କରିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀମତୀ ପରିଡା ନମିତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଫଟୋ ଚିତ୍ର ପ୍ରଦାନ ବେଳେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସୀତାଶୁଂ ଶେଖର ମହାପାତ୍ର, ଜିଲାପାଳ ଦିଲୀପ ରାଉତରାଏ, ଭଣ୍ଡାରିପୋଖରୀ ବିଜେପି ନେତା ସୁଧାଶୁଂ ଶେଖର ନାୟକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ନମିତା ବନ୍ତ ବ୍ଲକ ଚକ୍ରାପାଢୀ ଗ୍ରାମର ରବି ନାରାୟଣ ବେହେରା ଓ ମାତା ରେବତୀ ବେହେରାଙ୍କ କନ୍ୟା ଅଟନ୍ତି । ଏଥିପୂର୍ବରୁ ସେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଶୁଂ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତରାଏ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ପ୍ରମୁଖଙ୍କ ସମେତ ୫ ଶହରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସ୍ୱହସ୍ତରେ ଫଟୋଚିତ୍ର ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି ।