ଏ୍ୟୌତିହ୍ୟ ଗ୍ରାମ୍ୟ ଘୋଷଣା ତତ୍ପରତା: ମହତାବ ସ୍ମୃତି ସଂଗ୍ରାହାଳୟ ସ୍ଥାନ ଦେଖିଲେ ଅଧିକାରୀ
ଭଦ୍ରକ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ମହତାବଙ୍କ ଜନ୍ମ ମାଟି ଏ୍ୟୌତିହାସିକ ଆଗରପଡା ଠାରେ ମହତାବ ସ୍ମୃତି ସଂଗ୍ରାହଳୟ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୦ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସୁଥୁବା ବେଳେ ମହାପୁରୁଷଙ୍କ ଜନ୍ମ ସ୍ଥାନକୁ ଏ୍ୟୌତିହ୍ୟ ଗ୍ରାମ୍ୟ ଘୋଷଣା କରିବେ । ଏହି ପରିପ୍ରେକ୍ଷୀରେ ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡାସ୍ଥିତ ଜିଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଶ୍ୱର୍ରେ ମହତାବ ସ୍ମୃତି ସଂଗ୍ରାହାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇସାରିଛି । ଆଜି ବିଡିଓ ସୀତାକାନ୍ତ ରାଉତ୍, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସାମ୍ବାଦିକ ହେମନ୍ତ ସିଂହ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଗୋପାଳକୃଷ୍ଣ ଦାଶ, ଚିନ୍ମୟ ମହାପାତ୍ର, ଅଶୋକ ପରିଡାଙ୍କ ସମେତ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଭିସି ମାଧ୍ୟମରେ ଏ୍ୟୌତିହ୍ୟ ଗ୍ରାମ୍ୟ ଘୋଷଣା କରିବାକୁ ଥିବା ବେଳେ ଉକ୍ତ ଦିନ ଭଦ୍ରକ ସାଂସଦ, ବିଧାୟକ, ଜନପ୍ରତିନିଧି ,ଜିଲ୍ଲାପାଳ ଓ ସରକାରୀ ଅଧିକାରୀ ମାନେ କାର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ରହି ଶିଳାନ୍ୟାସ କରିବେ । ଏହାକୁ ବ୍ୟାପକ କରାଯିବା ନେଇ ଯୋଜନା ଥିବା ବେଳେ କାର୍ଯ୍ୟକ୍ରମକୁ ଏଲ୍ଇଡି ମାଧ୍ୟମରେ ଲୋକେ ଦେଖିବେ । ସ୍ୱତନ୍ତ୍ର ଭାବେ ଭାରତ ସଞ୍ଚାର ନିଗମ ପକ୍ଷରୁ କେବୁଲ୍ ବିଛା ଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣା ପଡିଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଆଣିବା ନେଇ ଯୋଜନା ଚାଲିଛି । ପ୍ରକାଶ ଯେ ଅଞ୍ଚଳବାସୀଙ୍କ ଦୀର୍ଘ ଦାବୀ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଆନୁମାନିକ ୪୦ କୋଟି ଟଙ୍କା ବ୍ୟୟରେ ମହତାବଙ୍କ ପ୍ରତିମୂର୍ତ୍ତି, ସ୍ମୃତି ସଂଗ୍ରାହାଳୟ, ପାଠାଗାର ଓ ପାର୍କ ଆଦି ନିର୍ମାଣ ହେବ ବୋଲି ଜଣାଯାଇଛି ।