ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବଛାଳୋ ସମିତି ସଭ୍ୟଙ୍କ ଜିଲାପାଳଙ୍କୁ ଲିଖିତ ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଭାରାପ୍ରାପ୍ତ ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବଛାଳୋ ପଂଚାୟତ ସମିତି ସଭ୍ୟ ଚନ୍ଦନ କୁମାର ଲେଙ୍କା ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଉକ୍ତ ପଂଚାୟତର ଅଲଣା-୨ ଓ ପୋକାମୂଳ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ପାଇଖାନା ନିର୍ମାଣ ପାଇଁ ୩୬ ହଜାର ଟଙ୍କାର ପ୍ରକଳ୍ପ ରହିଅଛି। ଉକ୍ତ ପ୍ରକଳ୍ପ ବ୍ଳକ ସେୟାରରେ ନିର୍ମାଣ କରିବାକୁ ଥିବା ବେଳେ ବ୍ଲକ ଅଧ୍ୟକ୍ଷା, ପଂଚାୟତର ସମିତି ସଭ୍ୟ ଓ କନିଷ୍ଠ ଯନ୍ତ୍ରୀଙ୍କ ଅଗୋଚରରେ ଉକ୍ତ କାର୍ଯ୍ୟ କରାଯାଉଅଛି। ଏବିଷୟରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରେ ବିଡିଓଙ୍କ ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟ ଚାଲିଥିବା କହିଥିଲେ। କାର୍ଯ୍ୟ ବିଷୟରେ ବିଡିଓଙ୍କୁ ଫୋନ କିମ୍ବା ହ୍ୱାଟସ ଆପ ମାଧ୍ୟମରେ ଜଣାଇଲେ ମଧ୍ୟ ସେ କୌଣସି ଉତର ଦେଉନାହାନ୍ତି। ପ୍ରକାଶଯୋଗ୍ୟ ଯେ ବିଡିଓ ଆଶୁତୋଷ ମିଶ୍ର ଆଜକୁ ୧୨୮ଦିନ ହେବ ବ୍ଳକ ଦାୟିତ୍ୱରେ ରହିଥିଲେ ମଧ୍ୟ ୮ ଦିନ ବ୍ଳକ କାର୍ଯ୍ୟାଳୟକୁ ଆସିନାହାନ୍ତି। ପୂର୍ବରୁ ବିଡିଓ ମନୋମୁଖୀ ଭାବେ ଉକ୍ତ ପଂଚାୟତରେ ଏକ ବ୍ୟାଙ୍କ ଗୃହ ନିର୍ମାଣ କରୁଥିବା ବେଳେ ଗ୍ରାମବାସୀ ଓ ପଂଚାୟତ ପ୍ରତିନିଧିମାନେ ଏହାକୁ ବିରୋଧ କରିଥିଲେ। ପରବର୍ତୀ ସମୟରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତ ପ୍ରତିନିଧିମାନେ ଧାରଣାରେ ବସିଥିଲେ। ତେଣୁ ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ବନ୍ଦ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଏବିଷୟରେ ବିଡିଓ ଆଶୁତୋଷ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ