ଦଲାଇଲାମାଙ୍କ ୯୧ତମ ଜନ୍ମଦିବସ ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଚନ୍ଦ୍ରଗିରିସ୍ଥିତ ତିବତ୍ ସେଟଲମେଣ୍ଟ କାର୍ଯ୍ୟାଳୟ ପରିସରରେ ତିବତୀୟ ଧର୍ମଗୁରୁ ପରମ ପବିତ୍ର ଦଲାଇ ଲାମାଙ୍କ ୯୧ତମ ଜନ୍ମଦିବସ ତିନି ଦିନ ଧରି ମହାଆଡ଼ମ୍ବରରେ ପାଳନ କରାଯାଇଛି। ୭୭ତମ ବନ ମହୋତ୍ସବ ଅବସରରେ ଏହି ଜନ୍ମୋତ୍ସବର ଶେଷ ଦିନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ଲାମା ଗୁରୁଜୀ ଯିଗମେ ରିମ୍ପୁଚେ, ବନଖଣ୍ଡ ଅଧିକାରୀ, ଆର୍. ଉଦୟଗିରି ଏସଡିପିଓଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଚାରାରୋପଣ କରିଥିଲେ। ବୃକ୍ଷରୋପଣ ମାଧ୍ୟମରେ ପରିବେଶର ସନ୍ତୁଳନ ରକ୍ଷା କରିବା ସହ ସବୁଜ ପୃଥିବୀ ଗଠନରେ ସମସ୍ତଙ୍କ ସହଭାଗିତା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ୱରେ ଶାନ୍ତି, ସଦ୍ଭାବନା ଓ ମାନବ କଲ୍ୟାଣ କାମନା କରିବା ସହ ପରମ ପବିତ୍ର ଦଲାଇ ଲାମାଙ୍କ ସୁସ୍ଥତା ଏବଂ ଦୀର୍ଘାୟୁ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ତିବତୀୟ ସମ୍ପ୍ରଦାୟର ବହୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ