ଖାଦ୍ୟ ଯୋଗାଣ ଓ ନିରାପତ୍ତା ବିଭାଗର ଚଢଉ:୧୦ଟି ଗ୍ୟାସ୍ ସିଲଣ୍ଡର୍ ସହ ୨୨ ହଜାର ଜରିମାନା ଆଦାୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ଏନଏସି ଅଞ୍ଚଳରେ ଖାଦ୍ୟ ଯୋଗାଣ ଓ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା | ଚଢ଼ଉରେ ଜିଲ୍ଲା ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡା, ଖାଦ୍ୟ ସୁରକ୍ଷା ଅଧିକାରିଣୀ ତପସ୍ବିନୀ ବେହେରା, କାଶୀନଗର ଖାଦ୍ୟ ଯୋଗାଣ ନିରୀକ୍ଷକ ଶୁଭେନ୍ଦୁ କୁମାର ପାଣିଗ୍ରାହୀ, ନିରୀକ୍ଷକ କଲ୍ୟାଣ କୁମାର ସେନାପତି ଓ ବଳରାମ ପ୍ରଧାନ ସାମିଲ ଥିଲେ । କାଶୀନଗରର ବିଭିନ୍ନ ହୋଟେଲ, ରେଷ୍ଟୁରେଣ୍ଟ ଓ ଦୋକାନରେ ଯାଞ୍ଚ କରାଯାଇ ୧୦ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ ସହ ୨୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।