ପଞ୍ଚାୟତ ସମିତିରେ ବିକାଶର ଧାରା–ଓଡ଼ିଶା ସାରା କାର୍ଯ୍ୟକ୍ରମ

ଧାମନଗର (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା – ଓଡ଼ିଶା ସାରା” ଶୀର୍ଷକ ସମିତିସ୍ତରୀୟ ସମ୍ମିଳନୀ ବୁଧବାର ଧାମନଗର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ସମ୍ମିଳନୀରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟଙ୍କ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଉନ୍ନତି ସହ ସେମାନଙ୍କ ଆଇନଗତ ସୁରକ୍ଷା ଓ ଅଧିକାର ସଶକ୍ତିକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଅନ୍ତ୍ୟୋଦୟର ଆଦର୍ଶ ଏବଂ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ନେଇ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ଧାମନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡାଙ୍କ ସମେତ ପଞ୍ଚାୟତ ସମିତିର ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ପୂର୍ବତନ ସରପଞ୍ଚମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ