ଆଜି ରବିବାର (୨୯.୦୬.୨୦୨୫) ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :- ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଦୂରେଇ ଚାଲିଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବିବେ। ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ। ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ।

ବୃଷ :- ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ପିଲାମାନେ ପଢାପଢିରେ ଅବହେଳା କରିପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ। ମହିଳାମାନେ ସନ୍ତାନଙ୍କ ଚିନ୍ତାରେ ରହିବେ।

ମିଥୁନ :- ରୋଗର ପ୍ରକୋପ ବୃଦ୍ଧି ପାଇବ। ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ। ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ପାଖରେ ଆଦୃତ ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ।

କର୍କଟ :- କର୍ମକ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରର ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଶତ୍ରୁମାନଙ୍କ ଚକ୍ରାନ୍ତ ଓ କାର୍ଯ୍ୟ କଳାପ ଆପଣଙ୍କୁ ଦୁଃଖି କରିପାରେ । ବାଦବିବାଦ ସୃଷ୍ଟି ହୋଇ ପରେ ସମାଧାନ ହୋଇଯିବ ।

ସିଂହ :- ପାରିବାରିକ କଷ୍ଟ ଦୂର ହୋଇପାରେ। ସ୍ୱାସ୍ଥ୍ୟରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ତ୍ୱେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ମହିଳା ମାନଙ୍କ ପାଇଁ ଦିନଟି ମହତ୍ୱପୂର୍ଣ୍ଣ ରହିବ ।

କନ୍ୟା :- ରୋଗୀମାନଙ୍କ ଅସୁସ୍ଥତା କମି ଯାଇପାରେ। ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ। ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ମହିଳାମାନେ ବନ୍ଧୁଙ୍କ ସହିତ ସମୟ କଟିବେ।

ତୁଳା :- ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ। ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ। ବିଦ୍ୟାର୍ଥୀମାନେ କିଛି ନୂତନ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟ, ପରିବହନ କ୍ଷେତ୍ରରେ ଥିବା ଦ୍ୱନ୍ଦ ଦୂର ହେବ । ରାଜନୀତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ ।

ବିଛା :- ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ। ଦୂର ଜାଗାକୁ ସ୍ଥାନାନ୍ତର ହେଲେ ମଧ୍ୟ ସମ୍ମାନ ଓ ପଦବୀରେ ଉନ୍ନତି ଆସିପାରେ। ଗୃହିଣୀ ମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ ।

ଧନୁ :- ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ରାଜନିତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ। ଛାତ୍ରଛାତ୍ରୀମାନେ ପଢାରେ କଷ୍ଟ କରିବେ। କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ। ଅଧିକ ମୂଲ୍ୟ ଦେଇ ଜମି କିଣିବେ। ଶତ୍ରୁଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି।

ମକର :- ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ। ପୋଲିସ୍ ଓ ଟିକସ କର୍ମଚାରୀ ମାନଙ୍କ ଠାରୁ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିଦେଶ ଭ୍ରମଣର ଯୋଗ ରହିଛି । ସଞ୍ଚତ ଅର୍ଥ ବ୍ୟୟ ହୋଇପାରେ । ମହିଳା ମାନେ ସମସ୍ତଙ୍କ ପ୍ରତି ବ୍ୟବହାର ଭଲ ରଖିବେ ।

କୁମ୍ଭ :- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ।

ମୀନ :- ଦୂରସ୍ଥାନକୁ ଯାତ୍ରାକରି ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି, କିନ୍ତୁ ଠିକ୍ ସିଦ୍ଧାନ୍ତ ଯୋଗୁ କାର୍ଯ୍ୟ ଉତମ ହେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। କୋର୍ଟରେ ଶୁଭ ଫଳ ପାଇବେ । ମହିଳାମାନେ ନିରାଶବାଦୀ ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ