ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ଗଞ୍ଜାମ ଜିଲ୍ଲା  ଓଏଏସ, ଓଆରଏସ ସଂଘ

ଛତ୍ରପୁର(ଓ୍ବାଇଏନଏସ): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସମସ୍ତେ ସମୂହ ଛୁଟି ଯାଇଛନ୍ତି, ଏନେଇ   ସଂଘ ସଭାପତି ତଥା ଏଡିଏମ  ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରତିବାଦ ସଭା କରାଯାଇ ବିଏମସି ଅତିରିକ୍ତ କମିଶନର ସାହୁଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥି ଲାଗି ଉସକାଇ ଥିବା ବ୍ୟକ୍ତି ମାନଂକୁ ମଧ୍ୟ ଗିରଫ କରିବାକୁ କୁହାଯାଇଛି,    ସମସ୍ତ ଙ୍କୁ  ସୁରକ୍ଷା ଯୋଗାଇବା ନିମନ୍ତେ ଦାବୀ କରିଛି ଓଏଏସ ଓ ଓଆରଏସ ସଂଘ।  ଏହି ଅବସର ରେ  ସ୍ଥାନୀୟ ସର୍କିଟ ହାଉସ  ସମସ୍ତେ କଳାବ୍ୟାଜ ପରିଧ୍ୟାନ କରି ଏକ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଂଚି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ସମୂହ ଛୁଟି ନିମନ୍ତେ ଏକ ପତ୍ର ପ୍ରଦାନ କରାଯାଇଛି, ଏହା ସହିତ ରାଜ୍ୟ ସଂଘ କୁ ମଧ୍ୟ ଦାବୀ ପତ୍ର କରାଯାଇଛି,  ସେହିପରି  ଓଆରଏସ ସଂଘ ପକ୍ଷରୁ  ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର କରାଯାଇଛି ଏଥିରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଦେବଦତ୍ତ ପଣ୍ଡା, ଏମକେସିଜି ରେଜିଷ୍ଟର ସଂଗ୍ରାମ ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ବ୍ରହ୍ମପୁର ମହାନଗର ନିଗମ ର ଡେପୁଟିକମିସନର କଲ୍ୟାଣୀ ସଂଘମିତ୍ରା ଦେବୀ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଡେପୁଟିକଲେକ୍ଟର ( ଜରୁରୀ କାଳୀନ ) ଅଭିଷେକ ସାହୁ, ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ଗଞ୍ଜାମ ବ୍ଲକ ବିଡ଼ିଓ ଅଭିମନ୍ୟୁ ଯାନୀ, ଦିଗପହଣ୍ଡି ତହସିଲଦାର ସନ୍ତୋଷ ସାହୁ, କୁକୁଡାଖଣ୍ଡି ତହସିଲଦାର ରାଜ କିଶୋର ପଟ୍ଟନାୟକ ଙ୍କ ସହ ବିଭିନ୍ନ ବ୍ଳକର ବିଡ଼ିଓ, ତହସିଲଦାର ଓ ଓଆରଏସ ଅଧିକାରୀ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ