ଜୁଲାଇ ୯ ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ନିମନ୍ତେ ପ୍ରସ୍ତୁତି ବୈଠକ

 ଛତ୍ରପୁର, (ଓ୍ବାଇଏନଏସ): ମୋଦି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବୀ ନେଇ ଜୁଲାଇ ୯  ତାରିଖ କୁ ସର୍ବ ଭାରତୀୟ ଧର୍ମଘଟ ନିମନ୍ତେ ଡାକରା ଦିଆଯାଇଛି, ଏହି ଧର୍ମଘଟ କୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସଫଳ କରିବା ନିମନ୍ତେ  ଏ ଆଇ ଟି ୟୁ ସି, ସିପିଆଇ , ଏଚ ଏମ ଏସ, ଆଇ ଏନ ଟିୟୁସି ଏବଂ ବିଭିନ୍ନ ସଂଗଠନ ର ନେତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲକ୍ଷ୍ମଣ ଭଵନ ଠାରେ  ଅନୁଷ୍ଠିତ ହୋଇଯାଇଛି, ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଅଧ୍ୟକ୍ଷତା କରି  ମୋଦି ସରକାରଙ୍କ ଜନ ମାରଣା ନୀତି କୁ କଡା ସମାଲୋଚନା କରିବା ସହିତ ଧର୍ମଘଟ କୁ କିପରି  ଶତପ୍ରତିଶତ ସଫଳ କରାଯିବ  ସେଥି ନିମନ୍ତେ  ଆହ୍ୱାନ ଦେଇଥିଲେ, ଏହା ସହିତ  ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ସମସ୍ତ ବିଭାଗ ର ଡାକ୍ତର ପଦବୀ ପୂରଣ କରିବା, ଡିଆରଡିଏ  ଓ କଲେଜ ଛକ ନିକଟରେ ତୁରନ୍ତ ଓଭରବ୍ରିଜ ନିର୍ମାଣ କରିବା, ଚାଷୀ ଙ୍କ ସୁବିଧା ନିମନ୍ତେ କରାତଳି ତାମ୍ପରା କୁ ଆନ୍ଧ୍ରା ମାଛ ମାଫିଆ ଠାରୁ ଉଛେଦ କରି ତାହାର ପୁନଃ ଉଦ୍ଧାର କରିବା ସହିତ ସ୍ଥାନୀୟ ଅଂଚଳ ର ବିଭିନ୍ନ ଦାବୀ ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିଲା, ଏନେଇ ଜୁଲାଇ ୮ ତାରିଖ ରେ ଛତ୍ରପୁର ବଜାର ଛକ ଠାରେ ଷ୍ଟିଷ୍ଟ କର୍ନେର ମିଟିଙ୍ଗ କରାଯିବ, ଏହି ପ୍ରସ୍ତୁତି ବୈଠକ ରେ, ଯୁବ ସଂଘ ର ଜାତୀୟ ସମ୍ପାଦକ ପ୍ରଦୀପ ସେଠି, ସିପିଆଇ ଜିଲ୍ଲା ସହ – ସମ୍ପାଦକ ନୀଳକଣ୍ଠ ଦାଶ,ବରିଷ୍ଟ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ନେତା ସିଏଚ. ଜନାର୍ଦନ ରେଡ୍ଡୀ,ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ,  ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ,ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣି ପାତ୍ର,  ଆଇନଜୀବୀ ଆଦିତ୍ୟ ମିଶ୍ର,ଏଚଏମ ଏସ ନେତା ଡ଼ଃ ରାଜେନ୍ଦ୍ର ଦାଶ, ଆଇ ଏନ ଟିୟୁ ସି ର ଇଜୁ ଆମିନ ଖାନ, ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ଏନ. ସୁକାନ୍ତ ଆଚାରି, ଭବାନୀ ସେନା ଓ ଅନ୍ୟାନ୍ୟ କୋଠା ବାଡି ଶ୍ରମିକ ସଂଘ ସଭାପତି ମିନତୀ ପାତ୍ର, ଡମ୍ବରୁଧର ବାରିକ, ଯୁଧିଷ୍ଠିର ପାତ୍ର ଙ୍କ ସମେତ ବିଭିନ୍ନ ସଂଗଠନ ର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ