ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଭିଲାମାଳ ରାସ୍ତାରେ ପାହାଡ଼ରୁ ଉପରୁ ବଡ଼ ପଥର ଖସି ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁମିଳିଛି। ଲଗାଣ ବର୍ଷାରେ ପାହାଡ଼ର ପଥର ଖସି ଆସି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି।ସେରିଗୁମ୍ମା ଠାରୁ କୋଲନରା ବ୍ଲକର ଦୁନ୍ଦୁଲି ଗ୍ରାମକୁ ବାହାରୁଥିବା ରାସ୍ତାର ଭିଲାମାଳ ଗ୍ରାମ ନିକଟସ୍ଥ ପାହାଡ଼ରୁ ଏକ ପଥର ଖସି ରାସ୍ତାର ଉପରେ ପଡିଛି। ଯାହାଫଳରେ ଯାନବାହାନ ଯାତାୟାତରେ ଅସୁବିଧା ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ଲଗାଣ ବର୍ଷା ଲାଗିରହିଥିବାରୁ ପାହାଡ଼ର ମାଟି ହାଲୁକା ହେବା ପରେ ସେଠାରେ ଥିବା ପଥର ଖସି ରାସ୍ତାରେ ରହିଛି । ଏହି ରାସ୍ତା ଦେଇ ଅନେକ ସମୟରେ କାଶୀପୁର ଓ କୋଳାନରା ବ୍ଲକ ର ଦୁନ୍ଦିଲି ପଞ୍ଚାୟତ ର ଗୋପାଲବାଡି, ସାଂକେଶ, ସହରପିଲି ଦେଇ କଲ୍ୟାଣସିଂହପୁର ବ୍ଲକର ବାଲାପାଇ ବାହାରିବାକୁ ହୁଏ ପ୍ରାୟ ପନ୍ଦର ଗୋଟି ଗାଁ କୁ ସଂଯୋଗ କରୁଥିବା ରାସ୍ତାରେ ବଡ଼ ପଥର ପଡ଼ିଥିବାରୁ ଲୋକେ ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି।ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ପଥରକୁ ହଟେଇବାକୁ ଦାବି ହେଉଛି l