ଜୋରଦାର ହେଉଛି ଗାଡି ଚେକିଂ ! ଜବତ ହେଉଛି ବିନା ଫିଟନେସରେ ଚାଲୁଥିବା ଗାଡି଼

କଟକ, (ଓ୍ବାଇଏନଏସ): କଟକରେ ଗାଡି ଚେକିଂ ଜୋରଦାର। ବିନା ଫିଟନେସର ଗାଡି ,ବୀମା ଓ ବିନା ପରମିଟରେ ଚାଲୁଥିବା ଗାଡିକୁ ଜବତ କରିବାକୁ ଏସଟିଏ ନିର୍ଦ୍ଦେଶ ପରେ କଡାକଡି ଚେକିଂ। ଏ ପର୍ଯ୍ୟନ୍ତ ୫୬ ଗାଡି ଜବତ କରିଛି କଟକ ଆରଟିଓ। ଅଟୋ, ଟ୍ରାକ୍ଟର, ବାଇକ, ମାଲବୁହା ଗାଡି ଜବତ କରାଯାଇଛି। ଉଭୟ କମର୍ସିଆଲ ଓ ଘରୋଇ ଗାଡିକୁ ଚେକିଂ କରାଯାଉଛି। ଯେଉଁ ଗାଡ଼ି ଫିଟନେସ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ଗାଡି କୁ ଜବତ କରାଯାଉଛି । ଅଭ୍ୟାସଗତ ଉଲଙ୍ଘନକାରୀଙ୍କ ବିରୋଧ ରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏସଟିଏ। ଏକାଧିକଥର ଏହି ନିୟମ ଉଲଂଘନ କରିଥିବା ଗାଡି ଗୁଡିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ