ବନମହୋତ୍ସବ ପାଳିତ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀର ପି.ଏମ.ଶ୍ରୀ. ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚବିଦ୍ୟାଳୟ, ବେତନଟୀ ପରିସରରେ ବନମହୋତ୍ସବ ପରିପ୍ରେକ୍ଷୀରେ ଫଳ ଓ ଫୁଲ ଚାରା ଗଛମାନ ରୋପଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ/ ଶିକ୍ଷୟିତ୍ରୀଗଣ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ l ସିଭିଲ ସୋସାଇଟି, ବେତନଟୀ ତରଫରୁ ମଧ୍ୟ ବିଦ୍ୟାଳୟ ପରିସରରେ କିଛି ବୃକ୍ଷରୋପଣ କରାଯାଇଥିଲା। ଏଥିପୂର୍ବରୁ ବୃକ୍ଷରୋପଣର ଉପକାରୀତା ସମ୍ବନ୍ଧରେ ସଂପୃକ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ “ପରିବେଶ ସୁରକ୍ଷା” ଶୀର୍ଷକ ପ୍ରତିଯୋଗିତାରେ କୃତିତ୍ଵ ହାସଲକାରୀ ଛାତ୍ରଛାତ୍ରୀଗଣଙ୍କୁ ସଭାସ୍ଥଳରେ ଉପସ୍ଥିତ ଅତିଥିଗଣଙ୍କ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା। ପ୍ରଧାନଶିକ୍ଷକ ଅର୍ଜ୍ଜୁନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୀବନ ସଂଯୋଜକ ନୀହାର ରଞ୍ଜନ ସାମଲ ଓ ବନପାଳ ପ୍ରଦୀପ କୁମାର ଦେହୁରୀ, ଡି ଇ ଓ ଉପେନ୍ଦ୍ର ପାତ୍ର, ଅଫିସ ସହାୟିକା ରଂଜିତାଙ୍କ ସହ ସିଭିଲ ସୋସାଇଟିର କାର୍ଯ୍ୟକାରୀ ସଭାପତି ହରିଶ ଚନ୍ଦ୍ର ନନ୍ଦଗୋସ୍ଵାମୀ, ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସହ ବାସୁଦେବ ନାପିତ, ହରେନ୍ଦ୍ର ନାଥ ବାରିକ, ଗଶେଶ ଚନ୍ଦ୍ରସାହୁ, ବିଜୟ କୁମାର ଦ୍ୱିବେଦୀ, ରାମଚନ୍ଦ୍ର ପଣ୍ଡା, ଦୁର୍ଯୋଧନ ସିଂ ପ୍ରମୁଖ ଅଂଶଗ୍ରହଣ ସହ ବୃକ୍ଷର ଉପକାରୀତା ଓ ବୃକ୍ଷ ରୋପଣର ଆବଶ୍ୟକତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷିକା ଗଣ ସହଯୋଗ କରିଥିଲେ ।