ହୃଦ୍ଘାତରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ହୃଦ୍ଘାତରେ ଗଜପତି ଜିଲ୍ଲାର ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଆଦିକନ୍ଦ ନାୟକଙ୍କ(୫୨) ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ସ୍ବର୍ଗତ ଆଦିକନ୍ଦ ଛେଳିଗଡ ଜଳସେଚନ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଗତ 1ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ. ବର୍ତ୍ତମାନେ ଏଠାରେ ଥିବା ସରକାରୀ ବାସଭବନରେ ସେ ରହୁଥିଲେ । ସବୁଦିନ ଭଳି ସେ ମଙ୍ଗଳବାର ରାତିରେ ଖାଇସାରି ଶୋଇଥିଲେ. ଗତକାଲି ବୁଧବାର ସକାଳ ୯ ଘଣ୍ଟା ପର୍ଯ୍ୟନ୍ତ ସେ ଘରୁ ବାହାରି ନଥୁବା ଯୋଗୁଁ କର୍ମଚାରୀମାନେ କବାଟ ଖୋଲିଥିଲେ. ଦେଖା ଯାଇଥିଲା ସେ ଖଟ ଉପରେ ଶୋଇଛନ୍ତି. ପରେ କର୍ମଚାରୀମାନେ ତାଙ୍କୁ ଉଠାଇଥିଲେ I ହେଲେ ସେ ଉଠି ନ ଥିଲେ. ତୁରନ୍ତ ତାଙ୍କୁ ଚନ୍ଦ୍ରଗିରି ମେଡିକାଲ ନେଇଥିଲେ. ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ. ଖବରପାଇ ରା.ଉଦୟଗିରି ଥାନା ପୁଲିସ ପହଞ୍ଚ୍ ତଦନ୍ତ କରିବା ସହ ତାଙ୍କ ନିଜ ଘର ବ୍ରହ୍ମପୁର ହୋଇଥିବା ଯୋଗୁଁ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ପହଞ୍ଚୁବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପାରଳାଖେମୁଣ୍ଡି ପଠାଇଥିଲେ. ପାରଳା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ତାଙ୍କ ଶବ ହସ୍ତାନ୍ତର କରାଯାଇଛି.