କେନ୍ଦୁଝର ସ୍କୁଲ ଅଫ୍ ଡ୍ରାମାର ନୂତନ ଫିଲ୍ମର ଶୁଭ ମହୁରୁତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସ୍କୁଲ ଅଫ୍ ଡ୍ରାମା ଆନୁକୂଲ୍ୟରେ “ମୋ ଭାଇ” ଏବଂ “ହୁଣ୍ଡା” ନାମକ ଦୁଇଗୋଟି  କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭ ମହୁରୁତ ଆଜି କେନ୍ଦୁଝରର ପଞ୍ଚ ତାରକା ହୋଟେଲ ଶ୍ରୀ ଠାରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ପୌର ପରିଷଦ  ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କେନ୍ଦୁଝରର ପ୍ରତିଭାଙ୍କୁ ସୁଯୋଗ ଦେବା କ୍ଷେତ୍ରରେ କେନ୍ଦୁଝର ସ୍କୁଲ ଅଫ୍ ଡ୍ରାମାକୁ ଭୁୟସୀ ପ୍ରଶଂସା କରିଥିଲେ। କିଭଳି କେନ୍ଦୁଝରରୁ କଳାକାର ଯାଇ ରାଜ୍ୟ ତଥା ଦେଶରେ ନାମ କରିବେ ସେ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଇତିହାସ ସୃଷ୍ଟିକାରୀ ଫିଲ୍ମ “ବୋଉ ବୁଟୁ ଭୂତ”ର କାହାଣୀକାର ମହମ୍ମଦ ଇମ୍ରାନ ନିଜର ଫିଲ୍ମ ଅଭିଜ୍ଞତାକୁ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ସହ ଆଦାନପ୍ରଦାନ କରିଥିଲେ। ବଡ଼ ପରଦାରେ କିଭଳି ସୁଯୋଗ ସୃଷ୍ଟି ହେବ, ସେ ବାବଦରେ କହିଥିଲେ। ମୁଖ୍ୟ ବକ୍ତା ଭାବରେ ସିଟିଜି ଫାଉଣ୍ଡେସନର ମୁଖ୍ୟ ରାଜେନ୍ଦ୍ର ପଲେଇ ଯୁବ ସମାଜ ଚାହିଁଲେ କିଛି ବି ସମ୍ଭବ କରିପାରିବେ ବୋଲି ଉଲ୍ଲେଖ କରିଥିଲେ। ଅନୁଷ୍ଠାନକୁ ଆଗକୁ କିପରି ଅଧିକରୁ ଅଧିକ ପ୍ରସାରିତ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ବିଶିଷ୍ଟ କଥାକାର ତଥା ଅନ୍ତର୍ଜାତୀୟସ୍ତରେ ପ୍ରସିଦ୍ଧି ଲାଭ କରିଥିବା ଲେଖକ ସାଇ ଦୁର୍ଗାପ୍ରସାଦ କାର୍ଯ୍ୟକ୍ରମଟିରେ ସଭାପତିତ୍ୱ କରି ସ୍ଥାନୀୟ ପ୍ରତିଭାକୁ ନେଇ ସିନେମା ନିର୍ମାଣ ଓ ସଫଳତା ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ଶୁଭେନ୍ଦୁ ସାମଲ, ମାନସ ପଣ୍ଡା,ଅଭିନେତା ଚିତ୍ତରଞ୍ଜନ ବିଶ୍ୱାଳ, ଗୀତିକାର ସନ୍ତୋଷ ଚାଟାର୍ଜୀ ଏବଂ ଅଭିନେତା ଚିତ୍ତରଞ୍ଜନ ବିଶ୍ଵାଳ କେନ୍ଦୁଝର ସ୍କୁଲ ଅଫ୍ ଡ୍ରାମାର ପ୍ରଶଂସା ଭବିଷ୍ୟତରେ ଅନୁଷ୍ଠାନ ସହ ଯୋଡ଼ି ରହି ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନୁଷ୍ଠାନର ସଚିବ ଶ୍ରୀମତୀ ପୁଷ୍ପଲତା ସାହୁ ମଙ୍ଗରାଜ ସ୍ୱାଗତ ଅଭିଭାଷଣ ଦେବା ସହ ମଞ୍ଚପରିଚାଳନାରେ ଯାଜ୍ଞସେନୀ ସ୍ୱାଇଁ ଏବଂ ମନଶ୍ୱେତା ମିଶ୍ରଙ୍କୁ ସହଯୋଗ କରିଥିଲେ। ଅତିଥିମାନେ ଆଗାମୀ ଚଳଚ୍ଚିତ୍ର ମୋ ଭାଇ ଓ ହୁଣ୍ଡାର ପ୍ରଥମ ଝଲକକୁ ଅନାବରଣ କରିଥିଲେ। ଅନୁଷ୍ଠାନ ତରଫରୁ ଅତିଥୀ ମାନଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର “ଡାକ୍ତର ଫେରିଛି” ରେ ଅଭିନୟ କରିଥିବା କଳାକାର ଓ ଜିଲ୍ଲାର ସିନେ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ରାଜେଶ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ