ସାଂସଦ ରତ୍ନ ଭର୍ତ୍ତୃହରି ମହତାବ ପାଇଲେ ଡକ୍ଟରେଟ ଉପାଧି

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ମାଟିର ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସୁପୁତ୍ର ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପାଇଛନ୍ତି । ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରମୁଖ ଅତିଥି ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠାରୁ ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିବା ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରମାଣପତ୍ର, ଉପଢୌକନ, ଉତ୍ତରୀୟ ଗ୍ରହଣ କରିଛନ୍ତି । ଏଥିପାଇଁ ତାଙ୍କ ଜନ୍ମ ମାଟିରେ ଖୁସିର ଲହରୀ ଖେଳି ଯାଇଛି । ଲୋକଶକ୍ତି, ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି, ଜଗତଜ୍ୟୋତି ମହିଳା ମହାସଂଘ ସମେତ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତରତର ଉନ୍ନତି କାମନା କରିଛନ୍ତି । ପ୍ରକାଶ ଥାଉକି, ସେ କଟକ ସଂସଦୀୟ କ୍ଷେତ୍ରରୁ ୮ଥର ସାଂସଦ ଭାବେ ନିର୍ବାଚିତ ହୋଇ ସର୍ବଭାରୀୟ କ୍ଷେତ୍ରରେ ଶ୍ରେଷ୍ଠ ସାଂସଦ, ସାଂସଦ ରତ୍ନ, ସାଂସଦ ମହାରତ୍ନ ଏବଂ ଉତ୍କୃଷ୍ଟ ସାଂସଦ ମହାରତ୍ନ ଭାବେ ସମ୍ମାନୀତ ହୋଇସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ