ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା : ନାବାଳକ ଗଲେ ବାଳସୁଧାର ଗୃହ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ରେ ଜଣେ ୭ ବର୍ଷୀୟା ନାବାଳିକା ଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଶନିବାର ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଥାନା ମାମଲା ନଂ.୧୮୭/୨୫ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରିବା ପରେ ତାଙ୍କୁ ବାଳ ସୁଧାର ଗୃହ କୁ ପଠାଇ ଦିଆଯାଇଛି।ଗତ ମେ ୨୩ ତାରିଖ ଅପରାହ୍ନ ପ୍ରାୟ ୨ ଟାରେ ନାବାଳିକା ଜଣକ ଘର ନିକଟ ନଳକୂପ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ନାବାଳିକା ଙ୍କୁ ଏକୁଟିଆ ପାଇ ତାଙ୍କୁ ନିକଟସ୍ଥ ନୂଆ ପୋଖରୀ ହୁଡ଼ା କୁ ଝିକି ନେଇ ତାଙ୍କ ଯୌନାଙ୍ଗ ରେ ଆଙ୍ଗୁଠି ପୁରାଇ ଥିଲେ।ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ଘର ଭିତରକୁ ଦୌଡ଼ି ପଳାଇଥିଲେ।ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ପହଞ୍ଚି ତାଙ୍କ ମା କୁ ଘଟଣା କହିଥିଲେ। ଜେଜେ ବାପା ଘରେ ପହଞ୍ଚି ଘଟଣା ଜାଣିବା ପରେ ଅଭିଯୁକ୍ତ ଙ୍କ ଘରକୁ ଯାଇ ପଚାରିବାରୁ ତାଙ୍କୁ ଅଭିଯୁକ୍ତ ଙ୍କ ବାପା ଜଟିଆ ଦାସ ଏବଂ ତାଙ୍କ ସ୍ତ୍ରୀ ହାତରେ କଟୁରୀ ଧରି ମାରିବାକୁ ଗୋଡାଇଥିଲେ।ନାବାଳିକା ଙ୍କ ମା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସମ୍ପୃକ୍ତ ନାବାଳକ  ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସ.ଆଇ  ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ