ଜୀବନ ଜ୍ୟୋତି ମହାବିଦ୍ୟାଳୟ ସଚେତନତା କର୍ମଶାଳା

ରାଇକିଆ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ସୋମବାର ଯୌନ ଉତ୍ପୀଡନ ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଅଧ୍ୟକ୍ଷ ଉମାକାନ୍ତ ରଥ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ବା ମହାବିଦ୍ୟାଳୟ ସ୍ତରରେ ହେଉ ଯଦି କୌଣସି ମହିଳା , ଛାତ୍ରୀ ମାନଙ୍କ ପ୍ରତି ଅସଦାଚରଣ ହୁଏ କିମ୍ବା  ନିର୍ଯାତନା ଭଳି ସମ୍ବେଦନଶିଳ ଘଟଣା ଘଟେ ତେବେ ଛାତ୍ରୀ ମାନେ ନିର୍ଭୟ ରେ ନିଜର ଅସୁବିଧା ଏବଂ ଅଭିଯୋଗ ଅଧିକାରୀ କିମ୍ବା କମିଟି ନିକଟ ରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମାର ସଦଗତି ପାଇଁ ଶାନ୍ତି ପ୍ରାର୍ଥନା କରାଯିବା ସହ ନାରୀ ସୁରକ୍ଷା କୁ ଆଧାର କରି ସଚେତନତା ର ସ୍ଲୋଗାନ ତଥା ଶପଥ ପାଠ କରାଯାଇଥିଲା l ଛାତ୍ରୀ ମାନଙ୍କ ସୁରକ୍ଷା କୁ ନେଇ ଅଧ୍ୟାପକ ତଥା ଆଇ. ସି. ସି ସଦସ୍ୟ ଦିଲ୍ଲୀପ କୁମାର ନାୟକ, ଜଗନ୍ନାଥ ଦାସ  ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଆଇ ସି ସି ର ଛାତ୍ରୀ ସଦସ୍ୟ ଭାବରେ ସାଇଶକ୍ତି ସାହୁ ମଧ୍ୟ ଛାତ୍ରୀ ମାନଙ୍କ ସୁରକ୍ଷା ଉପରେ ନିଜର ମତ ରଖିଥିଲେ । ଆଇସିସି ସମ୍ପାଦିକା ତଥା ଅଧ୍ୟାପିକା ମଞ୍ଜୁଳା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡାଃ ସନ୍ତୋଷ ନାୟକ, ଭୁବନ ମୋହନ ସାହୁ, ବିଶ୍ୱବିହାରୀ ଦଳେଇ, ପ୍ରମୋଦ କୁମାର ନାୟକ, ଲିଜାଲିନ ଭୋଇଙ୍କ ସମେତ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଏବଂ କଲେଜର ସମସ୍ତ ଛାତ୍ର ଛାତ୍ରୀ ତଥା  କର୍ମଚାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ