ନାବାଳିକା ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ନିଲମ୍ବିତ: ବହିଷ୍କାର ଦାବି କଲେ ଅବିଭାବକ
ବେତନଟୀ (ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ କୁମାର ମହାନ୍ତ ସେହି ବିଦ୍ୟାଳୟ ର ୬ ରୁ ୭ ଜଣ ଛାତ୍ରୀ ଙ୍କୁ ବିଭିନ୍ନ ସମୟରେ ଚକଲେଟ ଦେବା, ଗେଲ କରିବା ଓ କୂଳରେ ବସେଇବା ଏବଂ ପ୍ରାଇଭେଟ ପାର୍ଟରେ ଟଚ କରିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ଗତ ଜୁଲାଇ ମାସ ୧୯ ତାରିଖ ରେ ହୋଇଥିବା ବେଳେ ତାର ତିନି ଦିନ ପରେ ଜୁଲାଇ ୨୧ ତାରିଖ ରେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ସେହି ଶିକ୍ଷକକୁ ନିଲମ୍ବନ କରିଛନ୍ତି। ଏହି ଅଭିଯୋଗ ବିଦ୍ୟାଳୟର ଶିକ୍ଷୟତ୍ରୀ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପରିଚାଳନା କମିଟି, ଅଭିଭାବକ, ଘଟଣାକୁ ସ୍ୱୀକାର କରିଛନ୍ତି। ଘଟଣାରୁ ପ୍ରକାଶ ଏହି ବିଦ୍ୟାଳୟର ୬ ରୁ ୭ ଜଣ ଛାତ୍ରୀ ଶିକ୍ଷକଙ୍କ ଖରାପ ବ୍ୟବହାର ନେଇ ଶୁକ୍ରବାର ଦିନ ପ୍ରଥମେ ସହକାରୀ ଶିକ୍ଷୟତ୍ରୀ ଙ୍କୁ ଜଣେଇବା ସହ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଜଣାଇଥିଲେ। ଏହି ଘଟଣା ଛାତ୍ରୀ ମାନେ ୧୮ତାରିଖ ଶୁକ୍ରବାର ଦିନ ବାପା ମାଙ୍କ ପାଖରେ ପ୍ରକାଶ କରିବା ପରେ ୧୯ତାରିଖ ଦିନ ବିଦ୍ୟାଳୟ ପରିସରରେ ସ୍କୁଲ କମିଟି ପକ୍ଷରୁ ଏହି ବାବଦରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଶିକ୍ଷକଙ୍କୁ ସବୁ ଦିନ ପାଇଁ ବିଦ୍ୟାଳୟ କୁ ନଆସିବା ନିଷ୍ପତି ନେବା ସହ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଏ ସମ୍ପର୍କ ରେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ଏକ ତଦନ୍ତ କମିଟି ବସାଇବା ସହ ଏକ ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀ ଙ୍କୁ ପଠାଇବା ସହ ଅସ୍ଥାୟୀ ଭାବରେ ୧୫ଦିନ ପାଇଁ ଅଭିଯୋଗ ହୋଇଥିବା ଶିକ୍ଷକ ଙ୍କୁ ନିଲମ୍ବନ କରିଛନ୍ତି। ଏ ସମ୍ପର୍କ ରେ ସହକାରୀ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ ୬ /୭ ଜଣ ଛାତ୍ରୀ ମୋ ନିକଟରେ ଅଭିଯୋଗ କରିଥିଲେ ବୋଲି ପ୍ରକାଶ କରିଛନ୍ତି, ସ୍କୁଲ କମିଟି ବୈଠକରେ ସମସ୍ତ ଶିକ୍ଷକଙ୍କ ଆଗରେ କାନ ଧରି ଭୁଲ ମାଗିଥିଲେ ଅଭିଯୁକ୍ତ ଶିକ୍ଷକ ଏବବାଦ ରେ ସଦସ୍ୟମାନେ ବିରକ୍ତି ହେବା ସହ ଏହି ବିଦ୍ୟାଳୟ ଛାଡି ଦେବା ପାଇଁ କହିଥିବା ବେଳେ ମୁଁ ମଧ୍ୟଶିକ୍ଷଙ୍କୁ ଏଭଳି କାର୍ଯ୍ୟ ରୁ ନିବୃତ ପାଇଁ କହିଥିଲି। ପରବର୍ତ୍ତୀ ସମୟରେ ଶିକ୍ଷକ ମୋତେ ଅସୁବିଧା ରେ ପକେଇବା ପାଇଁ କିମ୍ବା ମିଥ୍ୟା ଅଭିଯୋଗ ଦେବା ପାଇଁ ଉଦ୍ୟମ କରୁଥିବାର ଜାଣି ମୋ ସୁରକ୍ଷା ପାଇଁ ଏବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇ ଥିଲି। ଶିକ୍ଷକ ଙ୍କ ବିରୋଧରେ ଥାନାରେ ଅଭିଯୋଗ ନକରିବା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ଓଝା କହିଥିଲେ। ଥାନାରେ ଅଭିଯୋଗ ନକରିବାକୁ ସ୍କୁଲ କମିଟି ମଧ୍ୟ ନିଷ୍ପତି ନେଇଥିଲେ । ଶିକ୍ଷକ ବିଦ୍ୟାଳୟ କୁ ନଆସିବ ପାଇଁ କମିଟି ରିଜଲୁସନ କରିଛନ୍ତି। ସୂଚନା ଯୋଗ୍ୟ ପ୍ରମୋଦ କୁମାର ମହାନ୍ତ ପ୍ରଥମେ ଗଣ ଶିକ୍ଷକ ରେ ଚାକିରୀ ଆରମ୍ଭ କରି ୨୦୦୮ ରେ ରେଗୁଲାର ହୋଇ ମାର୍ଚ୍ଚ ୨୦୨୩ରେ ଡେପୁଟେସନ ରେ ଏହି ବିଦ୍ୟାଳୟ କୁ ଆସିଥିଲେ। ତାଙ୍କ ନାମରେ ନଭେମ୍ବର ୧୪, ୨୦୧୮ରେ ବେତନଟୀ ବ୍ଲକରେ ଜୈନିକ ବିଦ୍ୟାଳୟ ଛାତ୍ରୀ ଙ୍କ ଅଭିଯୋଗ ନେଇ ବୈଶିଙ୍ଗା ଥାନାରେ ୨୪୩ କେସ ନମ୍ବର ରେ ଗିରଫ ହୋଇଥିବାର ବେତନଟୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଜଣାପଡିଛି। ଏଭଳି ବିଭିନ୍ନ ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ଅସଦାଚରଣ ର ଅଭିଯୋଗ ପୂର୍ବରୁ ବହୁବାର ହୋଇଛି।ତେଣୁ ଶିକ୍ଷକ ପ୍ରମୋଦ ମହାନ୍ତ କୁ ଚାକିରୀ ରୁ ସବୁଦିନ ପାଇଁ ବହିଷ୍କାର କରିବାକୁ ଅଭିଭାବକ ମହଲ ରୁ ଦାବି ହୋଇଛି।


