ଡାକ୍ତରଙ୍କୁ ବିଦାୟ ସମ୍ବର୍ଦ୍ଧନା
ମୋହନା, (ଓ୍ବାଇଏନଏସ) ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶାନ୍ତ କୁମାର ସାହୁଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଆଜି ବିରିକୋଟ ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ସରପଞ୍ଚ ମଶା ମାଝିଙ୍କ ସଂଯୋଜନା ରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ବିଦାୟ କାଳୀନ ସଭାରେ 7 ଗୋଟି ପଞ୍ଚାୟତର ବହୁ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ, ମହିଳା ସଂଘ ଓ ଜନ ସାଧାରଣ ଯୋଗଦେଇଥିଲେ । ବିଦାୟୀ ଡାକ୍ତର ପ୍ରଶାନ୍ତ ସାହୁ 2010 ମସିହାରେ ବିରିକୋଟ ମେଡିକାଲ ରେ ଯୋଗଦେଇଥିଲେ । ଯେତେବେଳେ ସେହି ଅଞ୍ଚଳ ମାଓବାଦୀ ପ୍ରବଣ ଅଞ୍ଚଳ ଥିଲା । ସେତେବେଳେ ସେହି ଅଞ୍ଚଳରେ କୌଣସି ସରକାରୀ କର୍ମଚାରୀ ରହିବାକୁ ଭୟ କରୁଥିଲେ । ତେବେ ଏହାକୁ ଖାତିର ନକରି ଡାକ୍ତର ସାହୁ ବିରିକୋଟ ମେଡିକାଲ ରେ କାର୍ଯ୍ୟ କରିବା ସହ 2025 ମସିହା ପର୍ଯ୍ୟନ୍ତ ଦୀର୍ଘ 15 ବର୍ଷ ଧରି ନିଷ୍ଠାର ସହ ଲୋକଙ୍କ ସେବା କରିଛନ୍ତି । ଯେତେବେଳେ ଯେଉଁ ସମୟରେ ରୋଗି ଆସନ୍ତି ସେତବେଳେ ଡାକ୍ତର ସେବା କରିଛନ୍ତି । ତାଙ୍କ ସମୟରେ ଗର୍ଭବତୀ ମହିଳା ମାନେ ଅଧିକ ସେବା ପାଇବା ସହ ସୁରକ୍ଷିତ ପ୍ରସବ କରିପାରୁଥିଲେ। ତାଙ୍କର ଏଭଳି ସେବା କୁ ଅଞ୍ଚଳବାସୀ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଏହି ବିଦାୟ କାଳୀନ ସଭାରେ ଲୋକେ କାନ୍ଦି କାନ୍ଦି ଡାକ୍ତରଙ୍କୁ ବିଦାୟ ଦେଉଥିବା ଦେଖିବାକୁ ମିଳିଛି । ଶେଷରେ ବିଦାୟୀ ଡାକ୍ତରଙ୍କୁ ମହିଳା ମାନେ ପଞ୍ଚାୟତ କାର୍ଯ୍ୟାଳୟ ରୁ ତାଙ୍କ କ୍ଵାଟର ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ନେଇ ଛାଡିଥିଲେ । ଲୋକଙ୍କ ସହଯୋଗ ପାଇଥିବା ଯୋଗୁଁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡାକ୍ତର ସାହୁ। ଏହି ବିଦାୟ କାଳୀନ ସଭାରେ କୁଇ କନ୍ଧ ଉନ୍ନୟନ ସମିତି ସଭାପତି ବlଡିସା ମାଝୀ, ବିରୋକୋଟ ପଞ୍ଚାୟତ ନାଏବ ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ ।