ଗାଡି ସାଇଟ ମରାକୁ କେନ୍ଦ୍ରକରି ଉତ୍ତେଜନା
ହାଟଡିହି (ଓ୍ବାଇଏନଏସ) ଗାଡି ସାଇଟ ମରାକୁ କେନ୍ଦ୍ରକରି ଛେନାପଦି ଛକରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ଜଣାଯାଇଛି ଯେ ଭଦ୍ରକ ର କିଛି ଯୁବକ ଏକ କାର ଯୋଗେ ଛେନାପଦି ଆଡ଼କୁ ଆସୁଥିବା ବେଳେ ତାଙ୍କ ପଛରେ ଅନ୍ୟ ଏକ ସ୍କର୍ପିଓ ଗାଡ଼ିରେ ହାଟଡିହି ଅଞ୍ଚଳର କିଛି ଯୁବକ ଆସୁଥିଲେ। କିନ୍ତୁ ସମ୍ମୁଖ କାର ସାଇଟ ନଦେଇ ଆସିବାରୁ ଉଭୟ ଯୁବକଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥଲା। ଭଦ୍ରକର ଯୁବକ ମାନେ କାର ଟିକୁ ଆଣି ଛେନାପଦି ଛକରେ ରଖିବା କ୍ଷଣି ପଛରୁ ସ୍କର୍ପିଓ ଆସୁଥିବା ଯୁବକ ମାନେ ହଠାତ ଓହ୍ଲାଇ ପଡ଼ି ଆକ୍ରମଣ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ନନ୍ଦିପଦା ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇଯାଇଛନ୍ତି।