ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତ :ଆମ୍ବୁଲାନ୍ସ, ନଡ଼ିଆ ସଂଗ୍ରହ ବାହନ ଓ ଜିଲ୍ଲାର ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ଦରବାର ହଲଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।କେନ୍ଦୁଝର ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଯୋଗୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରକଳ୍ପ ଗୁଡ଼ିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିର ବୈଠକରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ତଥା ଗମନାଗମନ ଉପରେ ଗୁରୁତ୍ଵ ଦେଇ ସମ୍ପୃକ୍ତ ପ୍ରକଳ୍ପଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ରାଇସୁଆଁ ଏୟାର୍ ଷ୍ଟ୍ରିପ୍, କେଉଁଝର ବାଇପାସ୍, ଆଇକନିକ୍ ବ୍ରିଜ୍, ରେଲୱେ ଷ୍ଟେସନ୍ ରାସ୍ତା, ନୁଦୁରପଡ଼ାରୁ କାଳିଆହତା ରାସ୍ତା, ପିଠାଗୋଳା ରାସ୍ତା (ହରିଚନ୍ଦନପୁରରୁ ତେଲକୋଇ), ଶୁଆକଟି ଦୁଗୁନା ବ୍ରିଜ୍ ବୈତରଣୀ ନଦୀ ଉପରେ, ମାଇନିଙ୍ଗ କରିଡ଼ର ଓ ଅନ୍ୟ ମୁଖ୍ୟ ରାସ୍ତା କାମର ସମୀକ୍ଷ। କରି ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହାସହିତ ମନୋହରପୁରରୁ ପିଠାଗୋଳାରାସ୍ତା,ଘଟଗାଁ-ହରିଚନ୍ଦନପୁର-ଦୈତାରି ରାସ୍ତା। ଢେଙ୍କିକୋଟରୁ ବାରହାଟିପୁରା ରାସ୍ତା, ଘଟଗାଁରୁ ଗୁଣ୍ଡିଚାଘାଗି ରାସ୍ତାର ଉନ୍ନତିକରଣପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହରାମଚନ୍ଦ୍ରପୁରରୁ ଦେଓଗାଁ ବ୍ରିଜ ଶୀଘ୍ର ଶେଷ କରିବା ନୂଆ ରାସ୍ତା ଓ ବ୍ରିଜ୍ ଗୁଡ଼ିକର ନୂତନ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ଜିଲ୍ଲାପାଳଓସମ୍ପୃକ୍ତଅଧିକାରୀଙ୍କଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଯେଉଁ କାର୍ଯ୍ୟ ଗୁଡିକ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛି ତାହାର କାରଣ ବୁଝି ଏଥିପାଇଁ ଯାଥୋଚିତ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସର୍କିଟ ହାଉସ ଆନେକ୍ସ୍ ବିଲଡିଂ କାମ ତ୍ୱରାନ୍ୱିତ କରିବା, ଡିପିଆର ପ୍ରସ୍ତୁତି, ଭୂମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବନ ବିଭାଗର ସମସ୍ତ ସମସ୍ୟା ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟେଣ୍ଡର କାର୍ଯ୍ୟଗୁଡ଼ିକୁନିର୍ଦ୍ଧାରିତସମୟାନୁସାରେ କାର୍ଯ୍ୟକାରୀ କରିବା ଓ ସମସ୍ତ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ଵ ଦେଇଥିଲେ।
ସମୀକ୍ଷାରୁ ଜଣା ଯାଇଛି ଯେ, କେଉଁଝର ଜିଲ୍ଲା ପ୍ରଶାସନ ରାସ୍ତା ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ଅନେକ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ଏବଂ କଲ୍ୟାଣକାରୀ ପ୍ରକଳ୍ପ ହାତକୁ ନେଇଛି। ସେଗୁଡ଼ିକ ମଧ୍ୟରେ ରାଇସୁଆଁ ଏୟାରଷ୍ଟ୍ରିପର ଉନ୍ନତି, କେନ୍ଦୁଝର ବାଇପାସ୍ ରାସ୍ତା ନିର୍ମାଣ ବିଭିନ୍ନ ରାସ୍ତା ଏବଂ ସେତୁ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ।ବଡ଼ବିଲ୍ ବାଇପାସ୍ ପ୍ରକଳ୍ପ ଏବଂଏନଏଚ-୪୯ ସମ୍ପ୍ରସାରଣ ଦ୍ଵାରା ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା କାମର ତଥ୍ୟ ନେଇଥିଲେ। ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦୁଝର ଜିଲ୍ଲା ଓଡ଼ିଶାରେ ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି। ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥି ନିମନ୍ତେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ଆହ୍ଵାନ ଦେଇଥିଲେ। ଶିଳ୍ପ ସ୍ଥାପନ, ପର୍ଯ୍ୟଟନ ବିକାଶ ଓ ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦେଇ ଏ ସମ୍ପର୍କରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା, ଯେଉଁ ସ୍ଥାନରେ ପାନୀୟଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀ ମାନେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରସ୍ତାବିତ ବଡ଼ବିଲରୁ ଚଣ୍ଡିଖୋଲ ରାସ୍ତାର ସମ୍ପ୍ରସାରଣର ବିସ୍ତୃତ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟକୁ ଶୀଘ୍ର ଶେଷ କରିବା, ରିମୁଳି ରୁ ପାଣିକୋଇଲି ରାସ୍ତା, ରୀମୁଳିରୁ ରାଜାମୁଣ୍ଡା ରାସ୍ତା ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଅନ୍ତର୍ଗତ ଅନ୍ୟାନ୍ୟ ରାସ୍ତାର ମରାମତି ଅବା ଅନ୍ୟାନ୍ୟ ଅସୁବିଧା ଗୁଡ଼ିକୁ ଶୀଘ୍ର ସମାଧାନ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଷ୍ଟିଲ ପ୍ଳାଣ୍ଟ ନିର୍ମାଣ, ମା’ ତାରିଣୀ ପୀଠର ଉନ୍ନତିକରଣ, ବଡ଼ବିଲ ବାଇପାସ୍, କାଶିପୁର ଓ ପାୱାର ହାଉସ୍ ପୋଖରୀ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ । ସେହିପରି ଜଙ୍ଗଲ ଜମି ହସ୍ତାନ୍ତର କାର୍ଯ୍ୟ ଶୀଘ୍ର ଶେଷ କରିବାକୁନିର୍ଦ୍ଦେଶଦେଇଥିଲେ।  ଆହୁରି ମଧ୍ୟ ଶ୍ରୀ ମାଝୀ ସ୍ୱାସ୍ଥ୍ୟ ଓ କ୍ରୀଡା ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ କମ କରିବାକୁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଘସିପୁରା ଶ୍ରୀ ବଦ୍ରିନାରାୟଣ ପାତ୍ର, ବିଧାୟକ ଚମ୍ପୁଆ ଶ୍ରୀ ସନାତନ ମହାକୁଡ଼, ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ପୋଲିସ ଡିଆଇଜି ଶ୍ରୀ ବ୍ରିଜେଶ ରାଏ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ପି. ରାମାସ୍ଵାମୀ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଶ୍ରୀ ଏଚଡ଼ି ଧନରାଜ ଏବଂ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଯୋଗ ଦେଇଥିଲେ।ଜିଲ୍ଲାର ସମସ୍ତ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ, ଇଣ୍ଡିଆନ୍ ବାଏ ବାର୍ଥ ସଂଗଠନ ଦ୍ୱାରା ପ୍ରାୟୋଜିତ ତିନୋଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସର ଉନ୍ମୋଚନ କରିଥିଲେ, ଯାହା ସମଗ୍ର ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାରେ ଉଲ୍ଲେଖନୀୟ ଅବଦାନ ରଖିପାରିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଘଟଗାଁ ମା ତାରିଣୀ ମନ୍ଦିର ପାଇଁ ଏକ ଉତ୍ସର୍ଗୀକୃତ ନଡ଼ିଆ ସଂଗ୍ରହ ଯାନର ଶୁଭାରମ୍ଭ କରିଥିଲେ, ଯାହା ଭକ୍ତ ମାନଙ୍କ ଧର୍ମୀୟ ଭାବନାକୁ ଅକ୍ଷୁଣ୍ଣ ରଖିବା ସହ ଭକ୍ତ ଓ ତାରିଣୀ ମା‘ଙ୍କ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିପାରିବ। ଆହୁରିମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିନବ ଏକଲ ରଥ ମୋବାଇଲ୍ ଶିକ୍ଷା ୟୁନିଟର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହା ଦୂରଦୂରାନ୍ତରେ ଜନସାଧାରଣଙ୍କୁ ସଂସ୍କୃତି ଶିକ୍ଷା ସମ୍ବଳ ଯୋଗାଇବ, ଏହା ସହିତଜିଲ୍ଲାପାଳଙ୍କକାର୍ଯ୍ୟାଳୟ ପରିସରରେ ନବନିର୍ମିତ ପ୍ରତୀକ୍ଷା ଗୃହର ମଧ୍ୟ ଉଦଘାଟନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ