ଆଇନଶୃଙ୍ଖଳା ଓ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି: ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟର କେତେକ ଅଞ୍ଚଳରେ ଦେଖାଦେଇଥିବା ଆଇନଶୃଙ୍ଖଳା ଓ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜାରି ରଖିଛି ବିଜେଡି । ଏଥର କିନ୍ତୁ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ରାଜ୍ୟର କେତେକ ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ବିଶେଷକରି ଛାତ୍ରୀ ଓ ମହିଳାଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲିର ବିଧାୟକ ଡଃ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀର ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ଆହ୍ୱାନକ୍ରମେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସୋମବାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଗହଣରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଆସିକା ଥାନା ଅଧିକାରୀ କୁଳମଣି ସେଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କ ପରାମର୍ଶ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସ୍ମାରକପତ୍ର ପ୍ରଦାନ ଅବସରରେ ତାଲୁକା ଛକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ୍‍ ଯୁୂବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଓ ବରିଷ୍ଠ ବିଜେଡି ନେତା ଭବାନୀକାନ୍ତ ସାହୁ ଏବଂ ଜୟସେନ ସ୍ୱାଇଁ ଯୋଗଦେଇ ୧୩ ମାସର ବିଜେପି ଶାସନରେ ରାଜ୍ୟର କେତେକ ଅଞ୍ଚଳରେ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ସହିତ ନାରୀ ନିର୍ଯ୍ୟାତନା ଦିନକୁ ଦିନ ଯେଉଁଭଳି ଭାବେ ବୃଦ୍ଧି ପାଇଚାଲିଛି ତାହାକୁ ନେଇ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ ରାଜ୍ୟରେ ଛାତ୍ରୀ ଓ ନାରୀମାନଙ୍କୁ ସୁରକ୍ଷା ଦିଆନଯିବା ପର୍ଯ୍ୟନ୍ତ ବିଜୁ ଛାତ୍ର-ଯୁବ ଜନତା ଦଳର ଏହି ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିବା ସାଙ୍ଗକୁ ଗତ କିଛି ଦିନ ତଳେ ଗୋପାଳପୁର ବେଳାଭୂମୀରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ଠାରୁ ଆରମ୍ଭ କରି ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ପ୍ରତିବାଦ ସାଙ୍ଗକୁ ଛାତ୍ରୀ ଓ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀକରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ନାରୀ ଏବଂ ଛାତ୍ରୀଙ୍କୁ ସୁରକ୍ଷା ଦାବୀରେ ରାଜ୍ୟ ନେତୃବୃନ୍ଦଙ୍କ ଆହ୍ୱାନକ୍ରମେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକେଶ୍ୱର ପରିଡା, ଭରତ ନାହାକ, ଅରୁଣ ଦଳେଇ,ସଂଜୟ କୁମାର ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, ନିଳାଞ୍ଚଳ ମଣ୍ଡଳ, ଅନନ୍ତ ଭଂଜ, କାହ୍ନୁଚରଣ ଦଳେଇ, ମଧୁସୂଦନ ସ୍ୱାଇଁ, ଶ୍ୱେତବସନ୍ତ ଲେଙ୍କା, ନରେନ୍ଦ୍ର ନାହାକ, ଟୁକୁନା ନାହାକ, ସଂଜୀବ ମହାରଣା, ସନାତନ ବିଶ୍ୱାଳ, ପ୍ରିୟବ୍ରତ ପାତ୍ର, ସିମାଞ୍ଚଳ ସ୍ୱାଇଁ, ମିଟୁ ନାହାକ, ପୂର୍ଣ୍ଣ ଗୌଡ, ଭଗବାନ ବିଶ୍ୱାଳ, ଟୁନା ନାହାକ, ଶିବ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ, ଆଶିଷ ଜେନା, ସାଗରିକା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ଜଗବନ୍ଧୁ ମହାରଣା, ଶୁଭମ୍‍ ନାୟକ, ବବୁଲୁ ପ୍ରଧାନ, ଚନ୍ଦନ ଗୌଡ, ରାହୁଳ ଦୋରା, ଶଙ୍କର ନାହାକ, ବଳରାମ ଆପଟ, ସମୀର ସ୍ୱାଇଁ, ରାଜା ଗୌଡ, ମାନସ ସ୍ୱାଇଁ, ଶୁଭମ୍‍ ପାତ୍ରଙ୍କ ସମେତ ବିଜୁ ଛାତ୍ର-ଯୁବ ଜନତା ଦଳର ବହୁ ଦଳୀୟ ନେତା ଓ ବହୁ ଛାତ୍ରନେତା ସାମିଲ୍‍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ