ରାଜ୍ୟ ଖାଦ୍ୟ କମିଶନ ସଦସ୍ୟା ଡଃ.ମଲ୍ଲିକଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟା ଡଃ. ସିପ୍ରା ମଲ୍ଲିକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ, ଛତୁଆ, ଅଙ୍ଗନୱାଡି ଗୃହ ନିର୍ମାଣର ଅଗ୍ରଗତି, ଓଡିଶା ଜୀବିକା ମିଶନ ଅନ୍ତର୍ଗତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ରିଭଳଭିଂ ଫଣ୍ଡ ଓ ଲିଙ୍କେଜ ଋଣ ପ୍ରଦାନ, ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଅନ୍ତର୍ଗତ ନଳକୂପ ସ୍ଥାପନ ଓ ପାଇପଜଳ ଯୋଗାଣ, ଶିକ୍ଷା ବିଭାଗର ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ପାଠ୍ୟ ପୁସ୍ତକ ଯୋଗାଣ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଣ, ମଧ୍ୟାହ୍ନ ଭୋଜନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଣ ଓ ରାସନକାର୍ଡ ପାଇ ମଧ୍ୟ ରାସନ ସାମଗ୍ରୀ ପାଉନଥିବା କେତେକ ହିତାଧିକାରୀଙ୍କ ସମ୍ପର୍କରେ ସମୀକ୍ଷା କରିଥିଲେ । ଆଧାର ସେଡିଂ ନହୋଇଥିବାରୁ କେତେକ ରାସନକାର୍ଡଧାରୀ ରାସନ ସାମଗ୍ରୀ ପାଉନଥିବା ସମ୍ପର୍କରେ ସଦସ୍ୟା ଡଃ.ମଲ୍ଲିକ ଅଭିଯୋଗ ପାଇଥିବାରୁ ସେ ସମ୍ପର୍କରେ ପ୍ରଶ୍ନ କରିବାରେ ବେଷାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ କହିଥିଲେ ଯେ ଆଧାର ସେଡିଂ ହୋଇନଥିବା କାର୍ଡଧାରୀଙ୍କ ପାଇଁ ସରକାର ରାସନ ବନ୍ଦ କରିଦେଇଥିବାରୁ ସେମାନଙ୍କୁ ଦିଆଯାଇପାରୁନାହିଁ । ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ତୁରନ୍ତ ଯୋଗାଇ ଦିଆଯିବ ବୋଲି ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦେଶ ଦେଇଥିଲେ । ନୂଆବର୍ଷ ୨୦୨୦ରେ ଜିଲ୍ଲାର ସମସ୍ତ ଅଧିକାରୀ ମିଳିତ ଭାବେ ଲାଗିପଡି ଜିଲ୍ଲାକୁ ଆହୁରି ଆଗକୁ ନେବା ପାଇଁ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନେତୃତ୍ୱରେ ସମ୍ମିଳିତ ଉଦ୍ୟମ କରିବାକୁ ଡଃ.ମଲ୍ଲିକ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରେ ଡିଆରଡିଏ ପିଡି ଦିଲ୍ଲିପ ପରିଡା, ସିଡିଏମଓ ଡା. ଉର୍ମିଳା ମିଶ୍ର, ଆର.ଡ୍ଲୁ ଏସ.ଏସ.ର ନିର୍ବାହୀ ଯନ୍ତ୍ରୀ, ବିଭିନ୍ନ ବ୍ଲକର ବିଡିଓ, ସିଡିପିଓ, ଓଡିଶା ଜୀବିକା ମିଶନର ଡିପିଏମ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରୋଗ୍ରାମ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟା ଡଃ. ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପପୃଷ୍ଟି ପୋଷଣ ସଂରକ୍ଷଣ କେନ୍ଦ୍ର,ଆହାର କେନ୍ଦ୍ର ପରିଦର୍ଶନ ସହିତ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଂଚ କରିଥିଲେ ।ଏହାପରେ ଇଛାପୁର ନିକଟ ଶ୍ୟାମଗୁଡିଆ ଠାରେ ନିର୍ମାଣାଧିନ ମାତୃ ଓ ଶିଶୁ ଚିକିତ୍ସାଳୟ କୁ ପରିଦର୍ଶନ କରିଥିଲେ । ଡାକ୍ତରଖାନା ପରିଦର୍ଶନ ସମୟରେ ସିଡିଏମଓ ଡା.ମିଶ୍ରଙ୍କ ସହିତ ଏଡିଏମଓ(ମେଡିକାଲ) ଡା.କିଶୋର କୁମାର ଆଚାର୍ଯ୍ୟ,ଏଡିଏମଓ (ଏଫ.ଡ୍ଲୁ)ଡା.ସଚିଦାନନ୍ଦ ମିଶ୍ର,ଡାକ୍ତରଖାନା ପରିଚାଳକ ଶୁଭାଶିଷ ସାଥୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ