ଗଡ଼ଦେଉଳିଆରେ ବିଶ୍ବ ଆଦିବାସୀ ଦିବସ ପାଳିତ

ବେତନଟୀ ( ଉଦିତ କୁମାର ପରିଡା ) : ବେତନଟୀ ବ୍ଲକ ଗଡଦେଉଳିଆ ପଞ୍ଚାୟତର ଭାନପୁରରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ସାଂସ୍କୃତିକ ଭବନଠାରେ ଏହି ପଞ୍ଚାୟତର ଭାନପୁର, ଶଙ୍ଖସାହି ଓ କଳମା ପଞ୍ଚାୟତ ମେଲାଡାଙ୍ଗର ପେସା ଗ୍ରାମସଭା ମିଳିତରେ ବୃକ୍ଷ ରୋପଣ ଓ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବଟି ସମ୍ବରାୟ ହେମ୍ବ୍ରମ୍‌ଙ୍କ ପୌରାହିତ୍ୟରେ ହୋଇଥିବା ବେଳେ  ଗ୍ରାମର ପୂଜକ(ନାୟକେ) ସାକିଲା ମୁର୍ମୁ ଆଦିବାସୀ ମହାପୁରୁଷ ତିଲକା ବାବା, ସିଦ-କାହ୍ନୁ, ବିର୍ସା ମୁଣ୍ଡା, ବାବା ସାହେବ ଭୀମରାଅ ଆମ୍ବେଦକର, ଜୟପାଲ ସିଂ ମୁଣ୍ଡା, ସୁନାରାମ ସରେନ୍‌, ଫୁଲ-ଝାନ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟ ଚିତ୍ରରେ ପୂଜା ପାଠ କରି ପୁଷ୍ପ ଅର୍ପଣ କରିଥିଲେ। ମେଲାଡାଙ୍ଗର ଗ୍ରାମରେ ମଧ୍ଯ ସେହିଭଳି ବୃକ୍ଷ ରୋପଣ କରାଯାଇଥିଲା। ଅପରାହ୍ଣରେ ପାରମ୍ପାରିକ ବସ୍ତ୍ର ପରିଧାନ ପୂର୍ବକ ସାଂସ୍କୃତିକ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା। ଏହି ଦିବସକୁ ସୁଚାରୁ ରୂପେ ସଫଳ କରିବା ପାଇଁ କୈଳାଶ ମୁର୍ମୁ, ଜୁରା ମାରାଣ୍ଡି, କୁଆଁରିଆ ,ଅଜୟ ମୁର୍ମୁ, ସିଦ୍ଧୁ ମୁର୍ମୁ, ଜଗବନ୍ଧୁ ମୁର୍ମୁ, ଦୁର୍ଗା ମାଝି, ସୋରଜ ଟୁଡୁ, ବୈଦ୍ୟନାଥ ମାରାଣ୍ଡି ସହିତ ପେସା ଗ୍ରାମ ସଭାର  ସମସ୍ତ କର୍ମ କର୍ତ୍ତା ସକ୍ରିୟ ଦାୟିତ୍ତ୍ୱ ସମ୍ପାଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ