କୁଆଡ ସ୍କୁଲରେ ଅନିୟମିତତା ଅଭିଯୋଗ

ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ କୁଆଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ହୋଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟକୁ ଆସିଥିବା ୭୫ହଜାର ଟଙ୍କାର ବିଭିନ୍ନ ଅନୁଦାନକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଅଗୋଚରରେ ଉଠାଇ ନେଇଥିବା ଗ୍ରାମବାସୀ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀଙ୍କୁ ପଚାରିବାରେ ସେ ଅଭିଯୋଗର ସତ୍ୟତା ନଥିବା କହିଛନ୍ତି। ନିୟମ ଅନୁସାରେ  ଟଙ୍କା ଉଠିଛି ଓ ଖର୍ଚ୍ଚ କରାଯାଇଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଏ.ବି.ଇ.ଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇଛି, ଘଟଣାର ତଦନ୍ତ କରାଯାଇ ସତ୍ୟା ସତ୍ୟ ଅନୁଧ୍ୟାନ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ