ପାନୀୟ ଜଳର ସମସ୍ୟା: ଗୋଟିଏ ନଳକୂପରେ ଭରସା କରୁଛନ୍ତି ଗ୍ରାମବାସୀ

କାଲିମେଳା, (ଡଃ ଶିବ ନାରାୟଣ ପାତ୍ର): ପାନୀୟ ଜଳର ଘୋର ସଙ୍କଟରେ ଗ୍ରାମବାସୀ । ଏକ ମାତ୍ର ନଳକୂପ ଭରସା l ଗ୍ରାମରେ ଦୀର୍ଘ ଚାରି ବର୍ଷ ତଳେ ଏକ ନଳକୂପ ସହ ସଂଯୋଗରେ ଏକ ହଜାର ଲିଟର ପାଣି ଟାଙ୍କି ବସା ଯାଇ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ଵେବସ୍ତା ହୋଇ ଥିଲା.କିନ୍ତୁ ଗ୍ରାମରେ ବିଦ୍ୟୁତ ସଂଯୋଗ ନ ଥିବାରୁ କାର୍ଯ୍ୟ କରିଥିବା ଠିକାଦାର ବାବୁ ବିଲ ପାଇବା ଉଦ୍ଦେଶ୍ୟ ରେ ଏକ ଜେନେରେଟର ସାହାଯ୍ୟ ରେ ମଟର ଚକାଇ ଚେକ କରି ଟାଙ୍କିକୁ ପାଣି ଉଠାଇ ଫଟୋ ଉଠାଇ ବିଲ କରି ନେଲେ. ଠିକାଦାର ତାର ଜେନେଟର ନେଇ ଚାଲି ଗଲା l ଗ୍ରାମ ବାସୀଙ୍କୁ ବୁଝାଇ ଗଲା ଯେ ଗାଁ କୁ କରେଣ୍ଟ ଆସିଲେ ତୁମର ଏହି ମଟର ଚାଲିବ l ଗ୍ରାମ ବାସି ଆଜିକି ତିନି ବର୍ଷ ହେଲା ଗ୍ରାମକୁ କରେଣ୍ଟ ଆସିଲା ଣି କିନ୍ତୁ ନାଁ ମଟର ଚାଲୁଚି ନାଁ ପାଣି ଟାଙ୍କିକୁ ପାଣି ଯାଉଛି l ଯେଉଁ ଦୁଃଖ କୁ ସେହି ଦୁଃଖ ଲାଗି ରହିଛି l ଗ୍ରାମ ନିକଟ ରେ ନାଁ ଅଛି କେନାଲ ର ସୁବିଧା ନାଁ ଅଛି କୌଣସି ନଦୀ ନାଳ ର ସୁବିଧା l ଏକ ମାତ୍ର ଭରସା ଦୁଇଟି ନଳକୂଅ l ମୁଣ୍ଡ ଫଟା ଟାଣ ଖରା ରେ ଟୋପାଏ ପାଣି ପାଇଁ ଗୃହ ପାଳିତ ପଶୁ ପକ୍ଷୀ ମାନେ ଡହଳ ବିକଳ ହୋଇ ଯାଉଛନ୍ତି l ଏହି ଦୁଇଟି ନଳକୂଅ ଉପରେ ମଣିଷ ଠାରୁ ଆରମ୍ବ କରି ଗାଇ ଗୋରୁ ଛେଳି. ମେଣ୍ଢା.ଖୁଷୁରୀ ଏମିତି କି ଏହି ଗ୍ରାମ ନିକଟ ଜଙ୍ଗଲ ପାହାଡ଼ ରେ ବସ ବାସ କରୁଥିବା ବନ୍ୟ ପ୍ରାଣୀ ମାନେ ନିର୍ଭର କରୁଥିବା ଅନୁମାନ କରା ଯାଇଛି l ଏହି ଗ୍ରାମଟି ହେଉଛି ପଡିଆ ବ୍ଲକ ବାପନ ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସିଲା କୋଟା ରୋଡ଼ ଗୁଡା ଗ୍ରାମରେ l ଗ୍ରାମଟି ପାହାଡିଆ ଘାଟି ଜଙ୍ଗଲ ମଧ୍ୟରେ ଅବସ୍ତିତ ଏଠାରେ ନଅ ଟି ପରିବାର ବସ ବାସ କରୁଥିଲା ବେଳେ ଲୋକ ସଂଖ୍ୟା ସତୁରି l ଏମାନଙ୍କ ପାଇଁ ପାନୀୟ ଜଳ ଭାବରେ ଦୁଇଟି ନଳକୂପ କରାଯାଇଛି l ଗୋଟିଏ ଦୀର୍ଘ ଚାରି ମାସ ହେଲା ପାଣି ବାହାରୁ ନଥିବା ବେଳେ ଆଉ ଗୋଟିଏ ସମସ୍ତ ଙ୍କ ପାଇଁ ସାହା ଭରସା ହୋଇଛି l ଏହା ବି ସକାଳ ଟାଇମ ରେ ଏକ ଘଣ୍ଟା ମାରିଲା ପରେ ପାଣି ବାହାରୁଛି. ପାଣି ପିଇବା ଯୋଗ୍ୟ ନ ହେଲେ ମଧ୍ୟ ବାଧ୍ୟ ହୋଇ ପିଉଛନ୍ତି ବୋଲି ଗ୍ରାମର ବୁଦୁରା ପଡିଆମୀ. ମୁଡା କୁଞ୍ଜାମୀ. ଭିମା କୁଞ୍ଜାମୀ. ଜଗା କବାସୀ ପଦିଆ ମାଡକାମୀ ଆଡ଼ମା ମାଡକାମୀ ସନ୍ତୋଷ କୁଞ୍ଜାମୀ. ଦେବା କୁଞ୍ଜାମୀ. ରାମା ମାଢି ଟିପତା ପଡିଆମୀ. ଗାଙ୍ଗି କବାସୀ. ଦେବେ ମାଢି ଭୀମେ କୁଞ୍ଜାମୀ ପ୍ରମୁଖ କହିଛନ୍ତି l ଏ ସମ୍ପର୍କରେ ପଞ୍ଚାୟତ ଏବଂ ବ୍ଲକ ରେ ଜଣାଇ ଥିଲେ ମଧ୍ୟ କିଛି ପଦକ୍ଷେପ ନିଆ ଯାଉ ନାହିଁ l ଏ ସମ୍ପର୍କ ରେ ପାନୀୟ ଜଳ ସମ୍ପଦ ଯନ୍ତ୍ରୀ ଭରତ ଭୂଷଣ ସ୍ୱାଇଁ ଙ୍କୁ ପଚାରିବାରୁ ସେ କହିଛନ୍ତି ତାଙ୍କୁ ଏ ସମର୍କରେ କେହି କହି ନାହାନ୍ତି ମୁଁ ଆପଣଙ୍କ ନିକଟ ରୁ ଜାଣିଲି । ମୁଁ ତୁରନ୍ତ ସମାଧାନ ନିମନ୍ତେ ନିଜେ ଯିବି.ଲଗା ଯାଇଥିବା ମଟର ବିଷୟ ରେ ବୁଝା ବୁଝି କରି କିପରି ପାଇପ ଯୋଗେ ପାଣି ପାଇ ପାରିବେ ତାହାର ବ୍ୟବସ୍ତା କରିବି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ