ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ମହିଳା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ କୁଆଡ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମିଥ୍ୟା ଅଭିଯୋଗ କରି ସ୍କୁଲକୁ ବଦନାମ କରୁଥିବା ଅଭିଯୋଗ କରି ୩୦ରୁ ଉର୍ଦ୍ଧ୍ବ ମହିଳା ଆଜି ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍କୁଲ ଭିତରକୁ ଯାଇ ନପାରି ଘରକୁ ଫେରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯେ ପୁର୍ବରୁ ବିଦ୍ୟାଳୟରେ କୌଣସି ଉନ୍ନତି ମୂଳକ କାର୍ଯ୍ଯ, ଉପଯୁକ୍ତ ଶିକ୍ଷାଦାନ ହୋଇ ପାରୁ ନଥିଲା। ବର୍ତ୍ତମାନର ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠୀ ସ୍କୁଲରେ ଯୋଗଦେବା ପରେ ସ୍କୁଲରେ ଶୈଖିକ ବାତାବରଣ ସୃଷ୍ଟି କରି ଉପଯୁକ୍ତ ଶିକ୍ଷାଦାନ ସହିତ ବିଦ୍ୟାଳୟର ପରିବେଶକୁ ସରସ ସୁନ୍ଦର କରିଛନ୍ତି। ସ୍କୁଲ ଚାରିପଟେ ସୁରକ୍ଷା ବାଡା, ପାଚେରୀ ବୁଲାଇ ବିଦ୍ୟାଳୟ ପରିସରକୁ ସବୁଜିମାରେ ଭରପୁର କରିଛନ୍ତି। ଏଠାରେ ତାସ ପଶା ଖେଳୁଥିବା ବନ୍ଦ କରିବା ଯୋଗୁଁ କିଛି ଲୋକ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରିଛନ୍ତି। ଏପରିକି ଗତ କାଲି ବ୍ଲକ ସହ ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ସେମାନଙ୍କ ଅଭିଯୋଗର ତଦନ୍ତ ପାଇଁ ଆସିଥିବା ବେଳେ ଜଣେ ପୂର୍ବତନ ଶିକ୍ଷକଙ୍କ ପ୍ରରୋଚନାରେ କିଛି ଅଣ ଅଭିଭାବକ ସ୍କୁଲରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ବଦନାମ କରାଯାଉ ଥିବାରୁ ସେ ଏହି ସ୍କୁଲକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନଥିବା ଓ ଆଜି ଛୁଟିରେ ରହିବା ଘଟଣାକୁ ମହିଳା ମାନେ ସହ୍ୟ କରି ପାରି ନାହାନ୍ତି। ତେଣୁ ବ୍ଲକ ଶିକ୍ଷା ଅଧିକାରୀ ଏ ଦିଗରେ ତଦନ୍ତ କରି ମିଥ୍ୟା ଅଭିଯୋଗ କରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନିରୁପମା ସେଠୀ, ମାଣିକ ବାରିକ, ସାବିତ୍ରୀ ସାହୁ, ଧରିତ୍ରୀ ବାରିକ,  ନିରୂପମା ସା, କୁମୁଦିନୀ ସେଠୀ, କଳ୍ପନା ବାରିକ, ଅନୁପମା ସେଠୀ, ଭାଗ୍ୟବତୀ ସା, ମାଣିକ ଦାସ, ଶାନ୍ତିଲତା ଦାସ, କୁମୁଦିନୀ ସେଠୀ, ଶୁଭାସ୍ମିତା ସେଠୀ, ସତ୍ୟପ୍ରୀୟା ବାରିକ, ଲିଜାରଣୀ ସାହୁ, ମନୋରମା ବାରିକ, କୋକିଳ ବାରିକ, ଚନ୍ଦ୍ରମଣି ବାରିକ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ