‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

ହାଟଡିହି, (ଓ୍ବାଇଏନଏସ):  ଯୁବ ସ୍ବାଭିମାନ ଦିବସ ଅବସରରେ ହାଟଡିହି ବ୍ଲକ୍ ବଡ଼ ରମ୍ପାସର  ଜପିଦାସ ବିଦ୍ୟାମନ୍ଦିର  ପରିସରରେ ହାଟଡିହି ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପ ରାପଣ କରାଯାଇଛି । ସାହିତ୍ୟଘର ଆବାହକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ସାହିତ୍ୟଘର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସ‌ହସମ୍ପାଦକ ନାରାୟଣ ସାହୁ, ଉପଦେଷ୍ଟା ଅମୂଲ୍ୟ ମିଶ୍ର,  ସାମ୍ବାଦିକ ପାର୍ଥ ସୌରଭ ସା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଦେହୁରୀ, ସୁଧାଂଶୁ ଶେଖର ବିଶ୍ଵାଳ, ଦିଲୀପ କୁମାର ଲେଙ୍କା, ଅନୁପମା ସା, ହରିପ୍ରୀୟା ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ବିଭିନ୍ନ କିସମର  ଚାରାରୋପଣ କରିଥିଲେ। ଛାତ୍ରଛାତ୍ରୀ ନିଜ ପ୍ରଚେଷ୍ଟାରେ ଗଛଗୁଡ଼ିକର ଯତ୍ନ ନେବାକୁ ଶପଥ ନେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଅଭିଭାବକ ନିଜ ଘରବାଡ଼ିରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବାକୁ ସଚେତନ କରଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ