ଏଲକଣିଆ ନିକଟରେ ଅନ୍ୟକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ବୋଲେରୋ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଏଲକଣିଆ ନିକଟରେ ଅନ୍ୟ ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସି ଯାଇଛି ଏକ ବୋଲେରୋ। ଅଳ୍ପକେ ରକ୍ଷା ପାଇଛନ୍ତି ଏହାର ଚାଳକ। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ  ଏକ ବୋଲେରୋ ଏଲକଣିଆ ଜାବିନିପୁର ରାସ୍ତାରେ ଯାଉଥିବା ବେଳେ ଅକସ୍ମାତ ଜଣେ ବାଇକ ଅରୋହି ସାମ୍ନାକୁ ଆସିଯିବାରୁ ବୋଲେରୋ ଚାଳକ ଭାରସାମ୍ୟ ହରାଇ ଥିଲେ। ବୋଲେରୋଟି ରାସ୍ତା ତଳକୁ ଖସିଯାଇ ପୋଖରୀ କୂଳରେ ଏକ ଖୁଣ୍ଟକୁ ଧକ୍କା ଦେଇ ଅଟକି ଯାଇଛି। ଆଉ ଟିକେ ହେଇଥିଲେ ପୋଖରୀ ଭିତରେ ପଡ଼ିଥାଆନ୍ତା। ଚାଳକ ଜଣକ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ