ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପାରଳା ସହରର କେତେକ ରାସ୍ତା ଓ ଡ୍ରେନର ଅବସ୍ଥା ଶୋଚନୀୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ବିକାଶ ପାଇଁ ଗଳିକନ୍ଦି ସହିତ ବିଭିନ୍ନ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉଛି। ତେବେ କାର୍ଯ୍ୟ ଗୁଡିକ ଆରମ୍ଭ ହେଉଛି. ତେବେ ସେଗୁଡିକୁ ଠିକ ସମୟରେ ଶେଷ କରାଯାଉନି. ନିମ୍ନମାନର କାମ ଯୋଗୁଁ ରାସ୍ତା ଓ ଡ୍ରେନ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି. କେଉଁ ସାହିରେ ୧୦୦ ମିଟର କାମ ହୋଇଥିବା ବେଳେ ଆଉ କେଉଁ ସାହିରେ ୨୦୦ ମିଟର କାମ ହୋଇ ଅଧା ପନ୍ତରିଆ ଭାବେ ପଡିରହିଛି। ଏହା ବ୍ୟତୀତ ରାଜଦାଣ୍ଡ ଏକ ମୁଖ୍ୟରାସ୍ତା ହୋଇଥିବା ବେଳେ ଏଠାରେ ଡ୍ରେନ୍ଗୁଡିକ ମୁକୁଳା ହୋଇ ରହିଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଏପରି ମୁକୁଳା ଡ୍ରେନକେତୁ ଅଧୁକାଂଶ ସମୟରେ ଗୋରୁ ଗାଈ ମୁକୁଳା ଟ୍ରେନରେ ପତିଯାଇ ଗୁରୁତର ହେଉଛନ୍ତି. ଆଉ କେଉଁ ଠାରେ ଡ୍ରେନ ଭାଙ୍ଗି ଭୁଶୁଡି ପଡିଛି ତ ଆଉ କେଉଁଠି ନିର୍ମାଣଧୀନ ଡ୍ରେନ ଆବର୍ଜନାରେ ପୋତି ହୋଇପଡୁଛି. ସହରର ଉଭୟ ପାର୍ଶ୍ଵରେ ଥିବା କେତେକ ଡ୍ରେନ୍ ଉପରେ ପ୍ଲେଟ୍ ପଳାଯାଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନ୍ ମୁକୁଳା ପଡିଛି। ଯେଉଁ କେତେକ ସ୍ଥାନରେ ଡ୍ରେନ୍ ଉପରେ ପ୍ଲେଟ ପକାଯାଇଥୁଲା ନିମ୍ନମାନର କାମ ହୋଇଥିବାରୁ ସେଗୁଡିକ ଭାଙ୍ଗିରୁଜି ଗଲାଣି। ଅନେକ ସ୍ଥାନରେ ଭଙ୍ଗାରୁଜା ଓ ମୁକୁଳା ଡ୍ରେନ ରହିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି.