ମଝି ଆକାଶରେ ଦେବଦୂତ ସାଜିଲେ ଡାକ୍ତର ଜ୍ୟୋତିର୍ମୟ
କଟକ (ଓ୍ବାଇଏନଏସ): ରବିବାର ରାତି ପ୍ରାୟ ୧୨ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ବିମାନ, ନୂଆଦିଲ୍ଲୀରେ ପହଞ୍ଚିବାକୁ ଆଉ ଅଧ ଘଣ୍ଟା ବାକିଥିଲା । ଅଚାନକ ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ୬୫ ବର୍ଷୀୟା ଜଣେ ମହିଳା ଯାତ୍ରୀ । ଅଚେତ୍ ହୋଇପଡିଥିଲେ । ଉପାୟ ଶୂନ୍ୟ ହୋଇଯାଇଥିଲେ ସମସ୍ତେ ବାସ୍ ସେହି କ୍ଷଣିରେ ଦେବଦୂତ ସାଜି ମହିଳାଙ୍କୁ ସିପିଆର ଦେଇ ଜୀବନ ବଞ୍ଚାଇ ଦେଲେ କଟକ ଏସସିବି ମେଡିକାଲର ଡାକ୍ତର ଜ୍ୟୋତିର୍ମୟ ନାୟକ । ଗତ ୩୧ ଅଗଷ୍ଟରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀକୁ ଯାତ୍ରା କରୁଥିଲେ । ଅଚାନକ ରାତିରେ ଜଣେ ମହିଳା ଯାତ୍ରୀ ବିମାନ ଶୌଚାଳୟ ଯିବା ସମୟରେ ଅଚେତ୍ ହୋଇ ପଡିଯାଇଥିଲେ । ସେଠାରେ ମହିଳାଙ୍କୁ ସିପିଆର ଚିକିତ୍ସା କରିଥିଲେ ଡାକ୍ତର ଜ୍ୟୋତିର୍ମୟ । ଫଳରେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା ।


