ନିୟମଗିରିରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଲେ ଅଧିକାରୀ

 କଲ୍ୟାଣସିଂହପୁର,( ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟକୁମାର ଖେମୁଣ୍ଡୁ କଲ୍ୟାସିଂହପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପ୍ରଥମେ ପାର୍ସାଲି ପଞ୍ଚାୟତର କାଡ୍ରାକାବଣ୍ଡେଲି, ପାଞ୍ଚକୁଡ଼ି, ଟେଭାପଡ।, ଟାମକସିଲ ଗସ୍ତ କରି ଡାଙ୍ଗରିଆ ଜନଜାତିକୁ ପ୍ରଦାନ କରାଯାଇଥିବା ପିଏମ -ଜନମନ  ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ।   ପରେ  ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଚଳିତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଥିବା ପିଏମ -ଜନମନ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ପରାମର୍ଶ ଦେଇଥିଲେ। ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ /- ଟଙ୍କା ଏବଂ ୬ ମାସ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୧୦,୦୦୦/- ଟଙ୍କା ସରକାରଙ୍କ ତରଫ ରୁ ପ୍ରତ୍ସାହନା  ରାଶି ପ୍ରଦାନ କରୁଥିବାରୁ ଯଥା ଶୀଘ୍ର କାମ ସାରି ସରକାରଙ୍କ ଠାରୁ ଲାଭ ପାଇବା ପାଇ ଉତ୍ସାହ କରିଥିଲେ। ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ପ।ର୍ଶଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ (ଗ୍ରାମୀଣ ବିଭାଗ) ଙ୍କ କାର୍ଯ୍ୟ ରେ ଅସନ୍ତୁଷ୍ଟ ହୋଇଥିଲେ ଏବଂ କାର୍ଯ୍ୟରେ ଧ୍ୟାନ ଦେବା ପାଇଁ ତାଗିଦ୍ କରିଥିଲେ।  ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ମଧ୍ୟ ଉପରୋକ୍ତ କର୍ମଚାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ନିର୍ଦେଶ ଦେଇ ଥିଲେ।ଉକ୍ତ ପରିଦର୍ଶନ ରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ବିଡ଼ିଓ କଲ୍ୟାଣସିଂହପୁର, ପିଏମ – ଆରଏଚ , ଜିଲ୍ଲା ପରିଷଦ ରାୟଗଡା, ଏମ ଆଇ,ଡବ୍ଲୁ ଇ ଓ, ଚନ୍ଦନଦାସ ବାଙ୍ଗାରି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ