ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଗୁରୁ ପୂଜନୋତ୍ସବ ପାଳିତ

ଖଲ୍ଲିକାେଟ(ଓ୍ବାଇଏନଏସ): ଆମ ସମାଜରେ ଗୁରୁଙ୍କ ଆସନ ବହୁ ଉଚ୍ଚରେ ଅଟେ l ବାପା ମାଆଙ୍କ ପରେ ଗୁରୁ ହିଁ ଛାତ୍ରଛାତ୍ରୀଙ୍କ ସଦାସର୍ବଦା ମଙ୍ଗଳ କାମନା କରିଥାନ୍ତି l ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ନୈତିକ ଅଧୋଗତି ତଥା ମୂଲ୍ୟବୋଧର ଅବକ୍ଷୟ ଘଟିବା ସହିତ ଗୁରୁଶିଷ୍ୟ ପରମ୍ପରା ହଜିଯିବାକୁ ବସିଲାଣି l ଏପରି ସ୍ଥଳେ ନୈତିକତାକୁ ଆପଣେଇବା ସହ ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରାନିଆରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି l ଏହି ଗୁରୁ ପୂଜନ କାର୍ଯ୍ୟକ୍ରମ ଅବସରରେ ଓଡ଼ିଆ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ, ଡ. ବନମାଳୀ ପାଣିଗ୍ରାହୀ, ଡ. ମନୋରଞ୍ଜନ ବିଷୋୟୀ, ସୁଶ୍ରୀ ସ୍ବର୍ଣ୍ଣଲତା ବିଷୋୟୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମଂଚାସୀନ ଥିଲେ l ପ୍ରଥମେ ମଂଚାସୀନ ଗୁରୁମାନେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ପଦବନ୍ଦନା କରାଯିବା ସହ ପୁଷ୍ପ,ସିନ୍ଦୁର, ଚନ୍ଦନ,ଦୀପ ଦେଇ ମଂଚାସୀନ ଗୁରୁମାନଙ୍କୁ ବନ୍ଦାପନା କରାଯାଇଥିଲା l ଏହାସହ ବିଭାଗ ପକ୍ଷରୁ ଶକ୍ତିକାପୁର, ରତିରମଣ, ରୋଜାରାଣୀ, ନମିତା, ପୁଷ୍ପାଞ୍ଜଳି, ଗୁଲେକଚନ, ଅପରାଜିତା, ନୀଳିମା, ପ୍ରଭାସ, ସୁମନ, ପ୍ରିନ୍ସ, ଗୌରୀ, ଓମପ୍ରକାଶ, ଶୁଭସ୍ମିତା, ସୁଜ୍ଞାନୀ ପ୍ରମୁଖ ଛାତ୍ରଛାତ୍ରୀ ଗୁରୁ ପୂଜନ ଉତ୍ସବର ମହତ୍ତ୍ୱ ଓ ଗୁରୁ ହିଁ ଛାତ୍ରଛାତ୍ରୀଙ୍କ ପଥପଦର୍ଶକ ବୋଲି ନିଜ ନିଜ ମତବ୍ୟକ୍ତ କରିଥିଲେ l ଏବଂ ମଂଚାସୀନ ଗୁରୁମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଙ୍ଗଳ ବିଧାନ ପୂର୍ବକ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ l ଏହି ଗୁରୁ ପୂଜନ କାର୍ଯ୍ୟକ୍ରମ ଅବସରରେ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହ ଗୁରୁ ମାନଙ୍କ ଆଶୀର୍ବାଦ କାମନା କରିଥିଲେ l ଶେଷରେ ଛାତ୍ରୀ ଲକ୍ଷ୍ମୀପ୍ରିୟା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁରୁ ସୁମନ, ପ୍ରିନ୍ସ,ଦୀପକ, ସରୋଜ, ଲିପିକା, ଜ୍ୟୋସ୍ନା, ଡମ୍ବରୁ, ସିଦ୍ଧାନ୍ତ, ଗୁଲେକଚନ,ରଘୁନାଥ, ତପନ, ଶେଖର, ଶରତ, ଇତିଶ୍ରୀ, ମଧୁ, ରାଜଶେଖର ପ୍ରମୁଖ ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ