ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା : ୬ଅଭିଯୁକ୍ତ ଗିରଫ, ୨କେଜିରୁ ଉର୍ଦ୍ଧ୍ବ ସ୍ଵର୍ଣ୍ଣ ଅଳଙ୍କାର ଜବତ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଗତ ମାସ ୨୪ ତାରିଖ ଦିନ ୨ ଟା ସମୟରେ ଲୁଟ ହୋଇଥିବା ୧୧ କେଜି ସୁନା ରୁ ପୂର୍ବରୁ ପ୍ରାୟେ ୧ କେଜି ସୁନା ଉଦ୍ଧାର କରାଯାଇଥିବାବେଳେ ୪ ଗିରଫ ହୋଇଥିଲେ। ଆଜି ଆଉ କେଜିଏ ସୁନା ମିଳିଥିବା ବେଳେ ଦୁଇ ଜଣ ଡ଼କାୟତଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଥିବା ଆଜି ପୋଲିସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛିଅଗଷ୍ଟ ୨୪ ତାରିଖରେ ଦିନ ୨ ଟା ବେଳେ ୪ଟି ବାଇକରେ ୮ ଜଣ ଡକାୟତ ସାଇ ସୋନୁ ଅଳଙ୍କାର ଦୋକାନକୁ ଆସିଥିଲେ । ସମସ୍ତେ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିଲେ । ଦୁଇ ଜଣ ବାହାରେ ଥିବାବେଳେ ୬ ଜଣ ଦୋକାନ ଭିତରକୁ ପଶିଥିଲେ । କର୍ମଚାରୀମାନଙ୍କୁ ଭୟଭୀତ କରାଇ ଏକ ବସ୍ତାରେ ସମସ୍ତ ଗହଣା ଭର୍ତ୍ତି ଚମ୍ପଟ ମାରିଥିଲେ । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ ଉପରକୁ ଗୁଳି କରିବା ସହିତ ବୋମା ମାଡ଼ ମଧ୍ୟ କରିଥିଲେ । ଦୋକାନ ମାଲିକ ପୁଷ୍ପ ରଞ୍ଜନ ସାହୁଙ୍କ ପତ୍ନୀ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ଡକାୟତମାନେ ସମୁଦାୟ ୧୧ କିଲୋ ୫୦୦ ଗ୍ରାମ ସୁନା ଓ ୫ କିଲୋଗ୍ରାମ ରୁପା ଅଳଙ୍କାର ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ୫୫ ଲକ୍ଷ ଟଙ୍କା ହେବ।