ବିଜେପି ମଣ୍ଡଳସ୍ତରୀୟ କର୍ମଶାଳା: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଠାକୁରାଣୀ ଛକ ସ୍ଥିତ କଳିଙ୍ଗ ବୈଶ୍ଯ ଭବନ ପରିସରରେ ବିଜେପି ର ମଣ୍ଡଳସ୍ତରୀୟ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଭୀଷ୍ମଗିରି ପଞ୍ଚାୟତ ବିଜେପି ପ୍ରମୁଖ ଟୁକୁନା ସାହୁଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଦିଗପହଣ୍ଡି  ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ବିଜେପି ଜୋନ୍ ର ପୂର୍ବତନ ସଭାପତି  ଶଶାଙ୍କ ଶେଖର କର , ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା , ସାଧାରଣ ସମ୍ପାଦକ କେ . ନରସିଂହ ପାତ୍ର ,  ବିଜେପି ଯୁବମୋର୍ଚ୍ଚା ଗଞ୍ଜାମ ଜିଲା ଉପସଭାପତି ବାପି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଆସନ୍ତା ୧୭ ରୁ ଅକ୍ଟୋବର ୨ ସେବାପକ୍ଷ ଏବଂ ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଭୀଷ୍ମଗିରି ଜୋନର ସମସ୍ତ ପଞ୍ଚାୟତରେ ପରିବେଶର ସ୍ବଚ୍ଛତା ନିମନ୍ତେ ବ୍ୟାପକ ଚାରା ରୋପଣ କରାଯିବ ଏବଂ ତାହାର ରକ୍ଷଣାବେକ୍ଷଣ କିପରି କରାଯାଇପାରିବ ସେ ନେଇ ସଭାରେ ଆଲୋକପାତ କରାଯାଇଥିଲା । ଏଥିସହ ଭୀଷ୍ମଗିରି ଗ୍ରାମରେ ଦୀର୍ଘଦିନ ଧରି ଲାଗିରହିଥିବା ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ , ସ୍ବାସ୍ଥ୍ୟସେବା , ଛେଳିଗଡ ମାଧ୍ୟମ ସେଚ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ୧୫୧ କୋଟି ଅନୁମୋଦନ କରିବା ପରେ ପ୍ରକଳ୍ପର  ଟନେଲ କାମ ସରିବା ପରେ  ଏସ. ଟିକରପଡା  ପଞ୍ଚାୟତର ଉପରମୁଣ୍ଡରେ ରହୁଥିବା ଲୋକଙ୍କ ଚାଷଜମିକୁ ଯଥାଶୀଘ୍ର ଜଳ ଯୋଗାଇ ଦିଆଯିବ ବୋଲି ବିଧାୟକ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସହଦେବ ଟିକରପଡା ସରପଞ୍ଚ ପ୍ରତିନିଧି ଶ୍ୟାମା ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା , ଚଷାନିମଖଣ୍ଡି ପଞ୍ଚାୟତ ପ୍ରମୁଖ ମେରୁ ବଲ୍ଲଭ ମୁଳି , ଖମ୍ବାରୀ ଗାଁ ପଞ୍ଚାୟତ ପ୍ରମୁଖ ଦୁର୍ଗାପ୍ରସାଦ ଗୈାଡ , ଏସ. ଟିକରପଡା ପଞ୍ଚାୟତ ପ୍ରମୁଖ ବିକ୍ରମ ପାତ୍ର , ଫାସିଗୁଡା ପଞ୍ଚାୟତ ପ୍ରମୁଖ ଉଦୟ ବେହେରା ଙ୍କ ସମେତ ବିଜେପି ର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ