ବାଲିବରେଇ ହାଇସ୍କୁଲରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ) ବାଲିବରେଇ ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନିର୍ମିତ ସୋଲାର ପାନୀୟଜଳ ପ୍ରକଳ୍ପ ଓ ସୋଲାର ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ପ୍ରଧାନଶିକ୍ଷୟତ୍ରୀ ଅପର୍ଣ୍ଣା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ନରହରି ପାତ୍ର, ଶତ୍ରୁଘ୍ନ ପାତ୍ର, ଗୋପାଳ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ବିଦ୍ୟାଳୟ ପରିସରରେ ପାନୀୟ ଜଳର ସମସ୍ୟା ଥିବାରୁ ଛାତ୍ର ଛାତ୍ରୀ ମାନେ ନାନା ଅସୁବିଧା ଭୋଗ କରୁଥିଲେ। ଏହି ପ୍ରକଳ୍ପ ଦୁଇଟି କାର୍ଯ୍ୟକାରୀ ହେବାପରେ ସେସବୁ ସମସ୍ୟା ଦୂର ହୋଇ ପାରିବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ଚକ୍ର, ଉପସଭାପତି ମମତା ମଞ୍ଜରୀ ରାଉତ,  ବିଦ୍ୟାଳୟର ଶିକ୍ଷକ ରବିନାରାୟଣ ବାରିକ, ତାପସ କୁମାର ଜେନା, ବଳରାମ ଦାସ, ପ୍ରଫୁଲ କୁମାର ମଲ୍ଲିକ, ତାପସ କୁମାର ମିଶ୍ର, ଭଗବାନ ବେହେରା, ଅମିୟ ରଞ୍ଜନ ଘଡ଼ଲେ,  ମୋନାଲିସା ସାମନ୍ତ, ରତ୍ନମଣି ଧଳ, ଦୀପିକା ପରିଡ଼ା, ରିଙ୍କିରାଣୀ ଭୂୟାଁ, ବନଜା ମଞ୍ଜରୀ ପାତ୍ର, ଜ୍ୟୋତ୍ସ୍ନାରାଣୀ ପହି, ସସ୍ମିତା ଜେନା, ମମତାରାଣୀ ଜେନା, ଜ୍ଞାନରଞ୍ଜନ କର, ମଧୁସୂଦନ ସାହୁ, ରତିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ସ୍ବାଗତ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ